ଧନ୍ୟବାଦ ଦେଲେ ଆନନ୍ଦପୁରର ବିଜେପି ନେତୃବୃନ୍ଦ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ପାଟଣାଠାରେ ଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକର୍ତ୍ତାମାନେ ବାଜା ବଜାଇ ନୃତ୍ୟ କରି ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିବା ବେଳେ ଆନନ୍ଦପୁର ର ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ, ଟୁକୁନା ମହାନ୍ତ, ନିତ୍ୟାନନ୍ଦ ପହି, ଯୋଗେନ୍ଦ୍ର ବେହେରା, ସୁନିଲ ନାୟକ, ଶଶିକାନ୍ତ ରାଉତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଧନ୍ୟବାଦ୍ ଜଣାଇଥିଲେ। ଏଥି ସହିତ ହାଟଡିହି ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ମରେଇ ଗାଁ ବଳିପୂର ରାସ୍ତା ନିର୍ମାଣ କିପରି ତୁରନ୍ତ ଆରମ୍ଭ କରାଯିବ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ସମ୍ପର୍କରେ ମୂଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ।


