ହାଟଡିହିରେ ବିଜେପିର ସାଂଗଠନିକ ବୈଠକ
ହାଟଡିହି, (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସୋମବାର ଦିନ ହାଟଡ଼ିହି ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପ-ସଭାପତି ଜ୍ଞାନରଂଜନ ସାମନ୍ତସିଂହାରଙ୍କ ସଂଯୋଜନାରେ ଆୟୋଜିତ ସାଂଗଠନିକ ବୈଠକରେ ବିଜେପି ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ଜିଲ୍ଲା ସଭାପତି ଶୁକଦେ ଶୁକଦେବ ମହାନ୍ତ, ପ୍ରଭାରୀ ହରିହର ମହାନ୍ତ, ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀଯୁକ୍ତ ମହାନ୍ତି ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ତୃଣଳମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେବାସହ ଲୋକଙ୍କ ସେବା ଓ ସମ୍ପର୍କ ଉପରେ ଗୁରୁତ୍ବ ଦେଇ ଆଗେଇବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅସୀମା ମିଶ୍ର, ଦୀପ୍ତି ସାହୁ, ବବିତା ଶତପଥି, ଟିକି କିସ୍କୁ, ଦୀପକ ଜେନା, ମିନତୀ ମହାପାତ୍ର, ସୋନାଲି ମହାନ୍ତି, ପ୍ରଣୟିନୀ ବ୍ରହ୍ମ, ଦିପ୍ତିମୟୀ ଖୁଣ୍ଟିଆ, ହେମନ୍ତ କୁମାର ସାହୁ, ପ୍ରଶାନ୍ତ ମହାପାତ୍ର, ଶଶୀକାନ୍ତ ରାଉତ, ଟୁକୁନା ମହାନ୍ତ, ନିକୁଞ୍ଜ ଓଝା, ଯୁଧୂଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ରୁଦ୍ର ପ୍ରସାଦ ଜେନା, ହରମୋହନ ଶାସିନି, ଅବିନାଶ ସେଠୀ, ଚନ୍ଦ୍ରମଣୀ ସେଠୀ, ଜଗନ୍ନାଥ ବାରିକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


