ବଳଭଦ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ୫ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏଥିରେ କୋଡିଏ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ରୁ ଜଣାଯାଇଛି ଯେ ପଙ୍କଜ ସେଠୀ, ଜଗନ୍ନାଥ ସେଠୀ, ମନୋଜ ସେଠୀଙ୍କ ପରିବାର ଲୋକେ ଶୋଇଥିବା ବେଳେ ରାତି ଦୁଇଟା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଲୋକଙ୍କ ପାଟି ଶୁଣି ପରିବାର ଲୋକେ ବାହାରକୁ ଦୌଡ଼ି ଆସି ନିଜ ନିଜର ଜୀବନ ବଞ୍ଚାଇଥିଲେ। ଏମାନଙ୍କ ଘର ପାଖରେ ଥିବା ନିର୍ମଳ ସେଠୀଙ୍କ ଏକ ନଡ଼ାଗଦା ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି। ଗୋରୁଗାଇଙ୍କ ବର୍ଷକର ଖାଦ୍ୟ ପାଇଁସେ ସଂଗ୍ରହ କରି ରଖିଥିଲେ। ଏହି ଅଗ୍ନିକାଣ୍ଡରେ ପଙ୍କଜ ସେଠୀ, ଜଗନ୍ନାଥ ସେଠୀ, ମନୋଜ ସେଠୀ, କୁମୁଦିନୀ ସେଠୀଙ୍କ ୫ବଖରା ଘର ସମେତ ଘରେ ଥିବା ଧାନ, ଚାଉଳ, ସୁନା, ରୁପା ନଗଦ ଟଙ୍କା ସହିତ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ପରିବାର ଲୋକେ କହିଛନ୍ତି। ହାଟଡିହି, ଆନନ୍ଦପୁର ଓ ବୈତରଣୀ ରୋଡ଼ରୁ ଦମକଳ ମାନ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ପରିବାରର କେବଳ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ବି ଉଦ୍ଧାର କରାଯାଇ ପାରିନି। କ୍ଷତିଗ୍ରସ୍ଥ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ