ବିର୍ଷା ମୁଣ୍ଡାଙ୍କ ୧୨୫ ତମ ଶହୀଦ ଦିବସ ପାଳିଲା ବିଜେପି ଆଦିବାସୀ ମୋର୍ଚ୍ଚା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରତୀ ଅବା” ଭଗବାନ ବିର୍ସାମୁଣ୍ଡା ଙ୍କର ୧୨୫ ତମ ଶହୀଦ ଦିବସ ଉପଲକ୍ଷେ ଭବ୍ୟ କାର୍ଯ୍ୟକ୍ରମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲା କେନ୍ଦୁଝର ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା। ବିର୍ସା ମୁଣ୍ଡା ୧୮୫୭ ମସିହା ନଭେମ୍ବର ୧୫ ତାରିଖ ରେ ଝାରଖଣ୍ଡର ରାଞ୍ଚି ଜିଲ୍ଲାର ଉଲିହାତୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମୁଣ୍ଡା ଜନଜାତିରେ ଜନ୍ମ ହୋଇଥିଲେ, ବିର୍ସା ମୁଣ୍ଡା ଚାଇଁବାସାର ଇଂରାଜୀ ମଧ୍ଯମ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧ ଅକ୍ଟୋବର ୧୮୯୪ ରେ ସମସ୍ତ ମୁଣ୍ଡା ଜନଜାତିର ଲୋକଙ୍କୁ ସଂଗ୍ରହ କରି ବିର୍ସା ମୁଣ୍ଡା ଦୁର୍ଭିକ୍ଷ ଏବଂ ମହାମାରୀ ବିନାଶ ହେତୁ ବ୍ରିଟିଶ ମାନଙ୍କଠାରୁ କର ଛାଡ କରିବାକୁ ଆନ୍ଦୋଳନ କରିଥିଲେ। ଦୁର୍ଭିକ୍ଷର ଶିକାର ହେଇଥ‌ିବା ଲୋକଙ୍କୁ ସାହାଯ୍ୟ କରୁଥିବା ବିର୍ସା ମୁଣ୍ଡାଙ୍କ ଖ୍ୟାତି ଏବଂ ଲୋକପ୍ରିୟତା ବଢି ବାକୁ ଲାଗିଥିଲା । ତାଙ୍କର ଅଦମ୍ୟ ସାହସ ଏବଂ ବଳିଦାନ ପାଇଁ ତାଙ୍କୁ ସମସ୍ତ ଆଦିବାସୀ ମାନେ ଭଗବାନ ସ୍ୱରୂପ ମାନିଥାନ୍ତି। ଏହି ଅବସରରେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅର୍ଶଳା ଗ୍ରାମ ପଞ୍ଚାୟତ ର ଦୁର୍ଗାପୁର ଗ୍ରାମରେ ଥିବା ଭଗବାନ ବିର୍ଷା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତୀ ରେ ଶତାଧିକ ବିଜେପି ଆଦିବାସୀ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କ ଉପସ୍ଥିତି ରେ ବିଜେପି ଆଦିବାସୀ ମୋର୍ଚ୍ଚା ର ଜିଲ୍ଲା ସଭାପତି କମଳାକାନ୍ତ ସିଂହ ଏବଂ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ନାଏକ ଏବଂ ମାଟୁରାମ ମୁଣ୍ଡା,ଅର୍ଶଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ହେମଲତା ନାଏକ,ସହୀଦ ବିର୍ଷା ମୁଣ୍ଡା ୟୁଥ କ୍ଲବ ର ସଭାପତି ଶିବ ଚରଣ ପୂର୍ତ୍ତୀ, ଆଦିବାସୀ ମୋର୍ଚ୍ଚା କେନ୍ଦୁଝର ନଗର ମଣ୍ଡଳ ସଭାପତି ସୁଶୀଲ କୁମାର ନାଏକ, ଏସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଶାନ୍ତନୁ କୁମାର ସେଠୀ, ଝୁମ୍ପୁରା ବ୍ଲକ ହୋ ସମାଜ ର କୋଷାଧକ୍ଷ ମାର୍ଶାଲ ଆକାଳା, ହୋ ସମାଜ ମୁଖିଆ ଶ୍ରୀ ସୁଦାମ ମୁଣ୍ଡା ପ୍ରମୁଖ  ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେପି ନଗର ମଣ୍ଡଳ ଉପସଭାପତି ଦୁର୍ଯ୍ୟୋଧନ ସାହୁ, କେନ୍ଦୁଝରଗଡ଼ ପୌରପାଳିକା ପ୍ରତିନିଧି ସତ୍ୟନାରାୟଣ ବାରିକ,ଝୁମ୍ପୁରା ସରପଞ୍ଚ ତପନ କୁମାର ନାଏକ, ନାରଦପୁର ସରପଞ୍ଚ ହେମନ୍ତୀ ମୋଦି,ସହୀଦ ବିର୍ଷା ମୁଣ୍ଡା ୟୁଥ କ୍ଲବ ର ମହିଳା ନେତ୍ରୀ ସାବିତ୍ରୀ ଆଲାଡ଼ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସେସରେ ସହୀଦ ବିର୍ଷା ମୁଣ୍ଡା ୟୁଥ କ୍ଲବ ର ସମ୍ପାଦକ ଦମ୍ବୁରୁଧର ତିରିଆ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାରୋପ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ