ସେବାପକ୍ଷ ପାଳନ ନେଇ ବିଜେପିର କର୍ମଶାଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ବ୍ଲକ ଆଗରପଡାସ୍ଥିତ ହେମପଦ୍ମ ଗାଲାକ୍ସି ପରିସରରେ ବିଜେପି ପକ୍ଷରୁ ଆଗରପଡା ମହତାବ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ଯୋଗଦେଇ ଚଳିତ ମାସ ୧୭ ତାରିଖରୁ ୨ ଅକ୍ଟାବର ମଧ୍ୟରେ ଦଳ ପକ୍ଷରୁ ସେବା ପକ୍ଷ ପାଳନ କରାଯିବ । ଏହାରି ମଧ୍ୟରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ମୋଦିଜୀଙ୍କ ଜୀବନୀ ଉପରେ ଅଧାରିତ ପୁସ୍ତକ ବଣ୍ଟନ ଆଦି ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ମାର୍ଗଦର୍ଶନ କରିଥିଲେ । ଏଥିସହ ଦଳ ବୁଥ୍ ସଭାପତି ଓ ଶକ୍ତିକେନ୍ଦ୍ର ପ୍ରମୁଖ କ୍ରିୟାନୟନ ଉପରେ ଗୁରୁତ୍ୱାରୋପ କରେ ବୋଲି ସେ କହିଥିଲେ । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ମଞ୍ଚ ସଞ୍ଚାଳନରେ ଅନୁଷ୍ଠିତ କର୍ମଶ।।ଳାରେ ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ସେବା ପକ୍ଷରେ ବିଭିନ୍ନ ମନ୍ଦିର ପରିସର, ବିଦ୍ୟାଳୟ ଚର୍ତୁପାଶ୍ୱର୍, ଛକ ବଜାରରେ ସଫେଇ, ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଫଳବତୀ କରିବାରେ ସହାୟକ ହେବାକୁ କର୍ମୀ ମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବା ପକ୍ଷର ଜିଲା ସହ ସଂଯୋଜକ କିଶୋର କିଙ୍କର ପଢିଆରୀ, ପୂର୍ବତନ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭାରତମାତା, ଦୀନ ଦୟାଲ୍ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ବନ୍ଦେ ମାତରମ୍ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସରପଞ୍ଚ ବାଉଲୀ ଚରଣ ସାହୁ, ବରିଷ୍ଠ ବିଜେପି ନେତା ସୁବାସ ପଣ୍ଡା, ମଦନମୋହନ ଦାସ, ଚିନ୍ମୟ ମହାପାତ୍ର, ଅଶୋକ ପରିଡା, ମଦନ କଟୁଆଳ, ତପନ ଦାସ, ପ୍ରସନ୍ନ ଜେନା, ପ୍ରଦୀପ ପୁହାଣ, ଶୁଭେନ୍ଦୁ ବେହେରା, ସୁଶାନ୍ତ ରଣା,ବସନ୍ତ ନାୟକ, ଶିବ ନାରାୟଣ ସିଂହ, ନାରୀନେତ୍ରୀ ସାବିତ୍ରୀ ସାହୁ, ସୁଶିଳା ଜେନା, ଆରତୀ ପାତ୍ର, ବୁଟୁ ପାଢୀ, ପ୍ରଫୁଲ୍ଲ ମହାନ୍ତି, ଉତ୍ତମ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ