ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର କମ୍ୟୁନିଟିହୋଲ ପରିସରରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଓ ଯୋଗାଣ ଅଧିକାରୀ ଆଶିଷ ରଞ୍ଜନ ସାହୁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ସମ୍ମାନିତ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର,ସହକାରୀ ଯନ୍ତ୍ରୀ ରମାକାନ୍ତ ମହାପାତ୍ର,ରେଞ୍ଜର ପ୍ରବୀନ ଦାସ, ଆରଡି ବିଭାଗ କନିଷ୍ଠଯନ୍ତ୍ରୀ ସୁଜ୍ଞାନୀ ବେହେରା ପ୍ରମୁଖ ଉପସ୍ଥିତ ରହି କର୍ମଶାଳାକୁ ଉଦଘାଟନ କରିବା ସହ ଜନଜାତି ବ୍ୟାପାର ମନ୍ତ୍ରାଳୟ ତରଫରୁ ଅନୁଷ୍ଠିତ ହେଉଥିବା ଉକ୍ତ କର୍ମଶାଳାରେ ଆଦିମ ଜନଜାତି ସମ୍ପ୍ରଦାୟ ଲୋକ ମାନେ ବସବାସ କରୁଥିବା ବିଭିନ୍ନ ଗ୍ରାମାଞ୍ଚଳରେ କିପରୀ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟ ଜଳ ଯୋଗାଣ ସୁବିଧା ପହଞ୍ଚାଇବା ଓ ବିଭିନ୍ନ ଅସୁବିଧା ସମୟରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସେବା,ସମର୍ପଣ ଓ ସଂକଳ୍ପର ସହିତ ହାତ ବଢାଇବା ଏବଂ ସେମାନଙ୍କ ସାମଗ୍ରୀକ ବିକାଶ କରିବା ସହ ମୁଖ୍ୟସ୍ରୋତରେ ସାମିଲ କରି ଗ୍ରାମ ମାନଙ୍କୁ ବିକଶିତ କରିବା ହିଁ କର୍ମଶାଳାର ମୁଖ୍ୟ ଉଦେଶ୍ୟ ବୋଲି ପ୍ରକାଶ କରିଥିଲେ l ପରେ ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଯୋଗାଣ ଅଧିକାରୀ ଆଶିଷ ରଞ୍ଜନ ସାହୁ,ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମନୋରଞ୍ଜନ ବେହେରା,ସ୍ୱାସ୍ଥ୍ୟ ବିଭାଗ ବିପିଏମ ପ୍ରଭାକର ଧୋଳ, ଓଏଲଏମ ବିପିଏମ ମମତା ରାଉଳ,ଏବିଏଫ ମାନସ କୁମାର ନାୟକ,ଆଇସିଡିଏସ ସୁପରଭାଇଜର ପ୍ରମୁଖଙ୍କ ସମେତ ଅନ୍ୟ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଉଥିବା ସମସ୍ତ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଉକ୍ତ କର୍ମଶାଳାକୁ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ଯାଦ୍ଧବ,ଅକ୍ଷୟ ବେହେରା,ରମେଶ ତୁଳ,ସହଯୋଗ ରାମକୃଷ୍ଣ ମିଶ୍ର,ଟଙ୍କଧର ନାଗ,ଦେବେନ୍ଦ୍ର ପାଣିଗ୍ରାହୀ, ସ୍ନେହାଶିଷ ମହାରଣା,ନବାଜ ଖାନ, ମନୋହର ଗାଜିବାଲୀ,ରବୀନ୍ଦ୍ର ମେଲେକା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ