ବ୍ଳକ ସ୍ତରୀୟ ଚଇତି ମହୋତ୍ସବ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଠାରେ ବ୍ଳକ ସ୍ତରୀୟ ଚଇତି ୨୦୨୫ ପାଳନ ହୋଇ ଯାଇଛି। ଚଇତି  ୨୦୨୫ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟଅତିଥି  ଜିଲ୍ଲାପରିଷଦ ସଭାପତି ସରସ୍ବତୀ ମାଝୀ ଯୋଗ ଦେଇ ଚଇତି ଷ୍ଟଲ ଉଦଘାଟନ କରିଥିଲେ। ବିଡ଼ିଓ ମନୀଷା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂମ୍ମାନୀୟ କେନ୍ଦ୍ରୀୟ ଆଦିବାସୀ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଳିରାମ ମାଝୀ,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ସଭାପତି ଯୋଗେନ୍ଦ୍ର ୱାଡକା, ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ , ବିଜେପି ବ୍ଳକ ମଣ୍ଡଳ ସଭାପତି  ଅଜିତ ପାଣିଗ୍ରାହୀ,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ଡ୍ରାଇଭର ସଙ୍ଗର ସଭାପତି ଗୋଜେନ୍ଦ୍ର ଗରଡ଼ିଆ,ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଜିଲ୍ଲା କଳା ସଂସ୍କୃତି  ସଙ୍ଘ  ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର  ରଞ୍ଜନ କୁମାର ମାନ ସେଟ ଓ ସମିତି ସଭ୍ୟା ପ୍ରମୁଖ ମଞ୍ଚା ସିନ ରହିଥିଲେ। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ରେ ଜଳ ସଂଗ୍ରହ କରି ଗ୍ରାମ ପରିକ୍ରମା କରି ଯାତ୍ରା ସକାଳ ୭ ଘଣ୍ଟା ୩୦ ସମୟରେ ହେବାର ଥିଲା ତାହା ବିଳମ୍ବ ହୋଇ ୧୦ ଘଣ୍ଟା ପରେ କଳସ ଯାତ୍ରା ହୋଇ ପ୍ରାୟ ୧୦. ୩0ଘଣ୍ଟା ପରେ ଚଇତି ମଣ୍ଡପ ରେ ପହଞ୍ଚି ଥିଲା। ଚଇତି ମଣ୍ଡପ ରେ ଅବ୍ୟବସ୍ଥା କୁ ଦୂରାନ୍ତରୁ ଆସିଥିବା ମହିଳା ପୁରୁଷ ବସିବାକୁ ଜାଗା ନ ପାଇ କିଛି ସମୟ ଠିଆହୋଇ ଚାଲି ଯାଇଥିଲେ। ଗାଁ ଗହଳିରେ ଲୁକାୟିତ୍ୱ  ପ୍ରତିଭାକୁ  ଲୋକ ଲୋଚନକୁ ଆଣିବା ପାଇଁ  ସରକାରୀ ଓ ପ୍ରଶାସନର ଅଭିନଵ ପ୍ରୟାସ ଦ୍ୱାରା କରାଯାଇଛି।ଏହି ଚଇତି କାର୍ଯ୍ୟ କ୍ରମକୁ ରାୟଗଡା ତାଡମା ବିଦ୍ୟାଳୟ ର ଶିକ୍ଷକ ଶ୍ରୀଧର ପଟ୍ଟନାୟକ  ପରିଚାଳନା କରିଥିଲେ।ସଂସ୍କୃତିକ କାର୍ଯ୍ୟ କୁ ବ୍ଳକ ର ବିଭିନ୍ନ ବିଦ୍ୟାଳୟ ଏବଂ ସଂକୀର୍ତ୍ତନ ମଣ୍ଡଳୀ ର କଳାକାର ମନେ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ  ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରି ବାଣ ପୁଠେଇ କାର୍ଯ୍ୟ କ୍ରମ କୁ ଶେଷ କରିଥିଲେ।  ଏଥିରେ ବିଭିନ୍ନ ବିଭାଗରୁ ୮ଟି ଷ୍ଟାଲ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ