ଅଟୋକୁ ଧକ୍କାଦେଲା ବାଇକ: ବାଇକ ଚାଳକ ମୃତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ର ଲକ୍ଷ୍ମୀପୁର  ଗ୍ରାମକୁ ଆସୁଥିବା ଅଟୋକୁ ଧକ୍କା ଦେଇ ବାଇକ ଚାଳକ ଜଗନ୍ନାଥ କାଶୀ (୧୭)ଙ୍କ ମୃତ୍ୟୁ ହୋଇଯାଇଛି  । ଆଜି ଲକ୍ଷ୍ମୀପୁର ଗ୍ରାମର ଜଗନ୍ନାଥ କାଶୀ, ଅନନ୍ତ ମିଣିଆକା ଓ ଦେବରାଜ ପ୍ରାସ୍କା ମିଶି ଏକ ବାଇକ ରେ  ବୁଲିବା ପାଇଁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ କୁ ଏରଗାଣ୍ଡା ଗ୍ରାମ ନିକଟ ବୁଲାଣି  ଠାରେ ଧକ୍କା ଦେଇ ଫିଙ୍ଗି ହୋଇ ଥିଲେ। କିନ୍ତୁ  ଅଟୋ ରେ ବସିଥିବା ଲୋକଙ୍କ କୌଣସି କ୍ଷତି ହୋଇନାହିଁ। ବାଇକ ରେ ଥିବା ତିନିଜଣ ଘଟଣା ସ୍ଥଳରେ ପଡି ଛୋଟ ପଟ ହେଉଥିଲେ। ଉକ୍ତ ଗ୍ରାମର  ଲୋକ ମାନେ  ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଙ୍କୁ ଉଦ୍ଧାର କରି ଏକ ଅଟୋ ରେ କଲ୍ୟାଣ ସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡକ୍ଟର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରି  ଜଗନ୍ନାଥ କାଶୀ ଙ୍କ ,  ଗୋଡ ଭାଙ୍ଗିବା ସହ କାନ ରୁ ରକ୍ତ ଶ୍ରାବ ହେଉଥିବାରୁ  ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିଥିଲେ। ରୋଗୀବୁହା ଗାଡି ଆସିବା ବିଳମ୍ବ ହେବାରୁ ଗୁରୁତର ଥିବା ଜଗନ୍ନାଥ କାଶୀ (୧୭) ଙ୍କ ମୃତ୍ୟୁ ହୋଇଯାଇ ଥିବା କହିଛନ୍ତି। ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ଘଟଣାର ଅନୁଧ୍ୟାନ କରିଥିଲେ। ଥାନା ଅଧିକାରୀ ନୀଳକଣ୍ଠ ବେହେରା ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଘଟଣାର ଅନୁଧ୍ୟାନ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ