ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ସୋସୋ ଗାର୍ଲସ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଶୋକ ନାହାକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବକୁ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳାର ସହ ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବିତର୍କ, ପ୍ରବନ୍ଧ ଲିଖନ, ସଂଗୀତ, ବକ୍ତୃତା, ଆଦି ବିଭାଗର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ର ବିଭିନ୍ନ ପ୍ରାନ୍ତରରୁ ଦୁଇ ଶହରୁ ଉର୍ଦ୍ଧ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ପ୍ରତି କ୍ଲଷ୍ଟରରୁ ଆସିଥିବା ଗୋଟିଏ ଲେଖାଏଁ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। କୃତି ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଉଦଯାପନୀ ଉତ୍ସବରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଜେପି ନେତା ତଥା ସମାଜସେବୀ ଆଲୋକ ସେଠୀ, ସାଂସଦଙ୍କ ଶିକ୍ଷା ପ୍ରତିନିଧି ସୁଶାନ୍ତ ଜେନା, ଅଭିମନ୍ୟୁ ବେହେରା, ଏବିସି ଫାଉଣ୍ଡେସନର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ମୋହନ କୁମାର ମହାନ୍ତି, ସି.ଆର.ସି.ସି ବୁଦ୍ଧଦେବ ରାଉତ,, ରବୀନ୍ଦ୍ର କୁମାର ସାହୁ, ସତ୍ୟ ନାରାୟଣ ଜେନା ପ୍ରମୁଖ ଯୋଗଦେଇଥିଲେ। ଏହି ସୁରଭି କାର୍ଯ୍ୟକ୍ରମ ଦ୍ୱାରା କୁନି କୁନି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶିତ କରି ପାରୁଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷକ କେଶବ କର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମସ୍ତ ସିଆରସିସି, ସୋସୋ ଗାର୍ଲସ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେକାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ବର୍ଗରେ ବିଷ୍ନୁପ୍ରିୟା ଓଝା, ମୁକେଶ କୁମାର ବେହେରା, ବର୍ଷନାକ୍ରାନ୍ତି ରାଉତ, ସନ୍ଦୀପ କୁମାର ପତି, ପ୍ରତିମା ପରିଡା, ସିଦ୍ଧି ଗାୟତ୍ରୀ ଦାସ, ସାଇନାଜ ପଣ୍ଡା, ଶୁଭ୍ରାଂଶୁ ଶେଖର କର, ରୁଦ୍ର ନାରାୟଣ କର, ଶୁଭଲକ୍ଷ୍ମୀ ବାରିକ, ସୁମନ ସୋନାଲିକା ନାୟକ, କନିଷ୍ଠ ବର୍ଗରେ ସରିତା ବେହେରା, ଶୁଭଲକ୍ଷ୍ମୀ ବେହେରା, ବର୍ଷା ପ୍ରିୟଦର୍ଶନୀ ସାହୁ, ରାକେଶ ପଣ୍ଡା, ଶୁଭଲକ୍ଷ୍ମୀ କିସ୍କୁ, ସୌରଭ ପଣ୍ଡା, ପିଙ୍କୁନ କୁମାର ସେଠୀ, ଦେବସ୍ମିତା ନାୟକ, ହିରଣ୍ମୟୀ ପାତ୍ର, ଦେବାଂଶୀ ସାହୁ ମାଧ୍ୟମିକ ସ୍ତରରେ ଭାଗ୍ୟଶ୍ରୀ ବେହେରା, ରଚନା ତନ୍ତୀ, ସୀତାଂଶୁ ପରିଡା, ପ୍ରିୟଙ୍କା ସାହୁ, ଭାଗ୍ୟଶ୍ରୀ ବେହେରା ଆଦି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ l


