ବ୍ଲକ ସ୍ତରୀୟ ଚଇତି ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର(ଓ୍ବାଇଏନଏସ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ବ୍ଲକ ସ୍ତରୀୟ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଡ଼ିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କଳାକାର ସଂଘର ଉପସଭାପତି ସନ୍ତୋଷ କୁମାର ବଚ୍ଛ।, ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବି ଏସ ଏସ ଓ  ବିଶ୍ୱଜିତ ସିଂ ସାମନ୍ତ, ଜିପିଓ ଶ୍ଵେତାମ୍ବର ପ୍ରଧାନୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥିରେ ଚଳିତ ମାସ ୯ ତାରିଖ ଦିନ କଲ୍ୟାଣସିଂହପୁରରେ ବ୍ଲକରେ ଚଇତି  ପାଳନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ସକାଳ ୭ଟା ରେ ନାଗାବଳୀ ନଦୀରୁ ଜଳ ସଂଗ୍ରହ କରି ନଗର ପରିକ୍ରମା କରିବା ପରେ ଅସ୍ଥାୟୀ ଚଇତି ପଡିଆରେ ସ୍ଥାପନ କରାଯିବ। ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ହୋଇଛି।ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗାଁ ଗହଳିରେ ଥିବା ଲୁକ୍କାୟିତ ପ୍ରତିଭା ଗୁଡିକ ଲୋକ ଲୋଚନ ଆଣିବା ପାଇଁ ଏହାର ପ୍ରୟାସ । ବିଭାଗୀୟ ଷ୍ଟଲ କରାଯିବ ଓ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।ଏଥିରେ ସରପଞ୍ଚ ଗୌତମ ବାର୍ଲି,ସମିତି ସଭ୍ୟା, ପାର୍ଶାଲି ସ୍ୱତନ୍ତ୍ର ଅଧିକାରୀ ମୋନାଜ କୁମାର ସାହୁ ,ଅଗ୍ନିଶମ , ମିନି ବ୍ୟାଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ,ସମାଜସେବୀ , ଡମ୍ବ ସମାଜ ସଭାପତି, ଡ୍ରାଇଭର ସଂଘ, ଥାନା,ବଣିକସଙ୍ଘ,ତହସିଲ, ଆଦିବାସୀ କନ୍ଦ କୁଳ ସମାଜ ସଭାପତି, ବ୍ରାହ୍ମଣ ସମାଜ ସଭାପତି ,ପଶୁ ଚିକିତ୍ସକ, ବନ ,ଆଇ ସି ଡି ଏସ ,ସମସ୍ତ ସାମ୍ବାଦିକ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା,  ସି ହେଚ ନାଗେଶ୍ୱର ରାଓ  ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହାକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରି ଚନ୍ଦନ ଦାସ ବାଙ୍ଗାରୀ ଧନ୍ୟବାଦ ଦେଇ ବୈଠକ ସଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ