ବ୍ଲକସ୍ତରୀୟ ମତ୍ସ୍ୟ, ପ୍ରାଣୀସମ୍ପଦ ମେଳା
କେନ୍ଦୁଝର (ଓ୍ବାଇଏନଏସ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସର ମଧ୍ୟରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ବ୍ଲକସ୍ତରୀୟ ମତ୍ସ୍ୟ ପ୍ରାଣୀସମ୍ପଦ ମେଳା ବ୍ଲକ ପ୍ରାଣୀଧନ ନିରୀକ୍ଷକ ସତ୍ୟଲକ୍ଷ୍ମୀ ବେହେରା ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଝୁମ୍ପୁରା ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ, ସାଂସଦ ବ୍ଲକ ପ୍ରତିନିଧି ପଞ୍ଚାନନ ସାହୁ, ସମାଜସେବୀ ଅନିଦ୍ୟ ବେହେରା, କେନ୍ଦୁଝରଗଡ ପୌରପାଳିକା ଅଧକ୍ଷା ନିକୁ ସାହୁ,ଜିଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ରାମଚନ୍ଦ୍ର ମହାନ୍ତି, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶାନ୍ତ ମହାନ୍ତ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବର୍ତ୍ତମାନ ସରକାର ଚାଷୀ ମାନଙ୍କ ପାଇଁ କାମଧେନୁ ଯୋଜନା ଚାଲୁ ରଖିଛନ୍ତି। କାମଧେନୁ ଯୋଜନା ରେ ଜଣେ ଚାଷୀ କିପରି ସାମିଲ ହୋଇ ପାରିବ ଯୋଜନା ରେ ସାମିଲ ହେଉଥିବା ଚାଷୀ ମାନଙ୍କ ପାଇଁ ସରକାର ତରଫରୁ କିପରି ସହାୟତା ରହିଛି ସେ ସମ୍ପର୍କରେ ଅବଗତ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ କ୍ଷୁଦ୍ର ପଶୁ ପାଳନ କରିବା ନିମନ୍ତେ କିପରି ଋଣ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ସେହିପରି ମତ୍ସ୍ୟ ଚାଷ କରୁଥିବା ଚାଷୀ ମାନଙ୍କ ପାଇଁ କିପରି ସୁବିଧା ରହିଛି ସେ ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ସଫଳତା ଲାଭ କରିଥିବା ଚାଷୀ ମାନଙ୍କ ବିଭାଗ ତରଫରୁ ଚିହ୍ନଟ କରିବା ସହିତ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ୮ ଜଣ ଚାଷୀଙ୍କୁ ସେମାନଙ୍କର ଉତ୍କର୍ଷତା ପାଇଁ ପୁରସ୍କୃତ କରାଯାଇଥିବା ଜଣାପଡିଛି । ପଶୁ ପାଳନ ପାଇଁ ଅର୍ଶଳା ଗ୍ରାମର ପାର୍ବତୀ ମହାନ୍ତ, ସେହିପରି କୁକୁଡ଼ା ପାଳନ ପାଇଁ ଆଲୋକ କୁମାର ସାହୁ, ସୁଦର୍ଶନ ନାଏକ,ମା ସାରଳା ସ୍ବୟଂ ସହାୟକ ଗୋଷ୍ଠୀ ବାଲିପଶି,ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ଟୋଲକ ବାହାଳ । ସେହିପରି ମତ୍ସ୍ୟ ଚାଷ ପାଇଁ ଟଙ୍କଧର ମହାନ୍ତ ମଣ୍ଡମା, ସୁକାନ୍ତି ମହାନ୍ତ ସରାଷପୋଶି, କୁନି ମହାନ୍ତ ଅର୍ଶଳା ର ଚାଷୀ କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର, ଟ୍ରଫି ସହିତ ଉପଢୌକନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ର ୨୨ ଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚାଷୀ ମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା। ଝୁମ୍ପୁରା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରିଣୀ ସୁଶ୍ରୀ ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ତୋଫାନ ପାତ୍ର। କାର୍ଯ୍ୟ କ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାଲା ପରିବେଷଣ କରିଥିଲେ। ଜନସାଧାରଣ ଙ୍କ ଅବଗତି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଷ୍ଟଲ ପ୍ରଦର୍ଶନ କରା ଯାଇଥିଲା।


