ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଓ ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିିତ
ନୀଳଗିରି,(ଲେଲିନ୍ କୁମାର ଦେ)-ନୀଳଗିରି ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଓ ଦୌଡ଼ କୁଦ ପ୍ରତିଯୋଗିତା ଜାମୁଢ଼ିଆ ସ୍ଥିତ ଆଦର୍ଶ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ସଭା ରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କ୍ରୀଡା ଓ ଖେଳକୁଦ ସମାରୋହ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ନୀଳଗିରି ବ୍ଲକ୍ ର ଚାରିଟି ଜୋନ ରୁ ୯୬ ସ୍କୁଲରୁ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତାରେ ୫୮୦ ପ୍ରତିଯୋଗୀ ( ଛାତ୍ରଛାତ୍ରୀ) ଅଂଶ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥିଭାବେ ପ୍ରଧାନ ଶିକ୍ଷକ ଅର୍ଜୁନ ଆଚାର୍ଯ୍ୟ , ସୁରେନ୍ଦ୍ର ପାତ୍ର ଆଦର୍ଶ ବିଦ୍ୟାଳୟର ଅଧକ୍ଷ ହେମନ୍ତ କୁମାର ମଣ୍ଡଳ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲମ୍ବୋଦର ସିଂ , ମିହିର କୁମାର ଦାସ , ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟରଞ୍ଜନ ଭୁଇୟା , ଗୋଷ୍ଠୀ କ୍ରୀଡା ସଂଯୋଜୋକ ହଜାମ୍ ମାରାଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି କରୁଣାକର ପଣ୍ଡା ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ଖଟୁଆ ତାଙ୍କ ଅଭିଭାଷଣରେ କହିଥିଲେ କି ଶିକ୍ଷା ଓ କ୍ରୀଡା ପରସ୍ପର ପରିପୂରକ କ୍ରୀଡା ଓ ଖେଳକୁଦ ର ଉନ୍ନତି ଘଟିଲେ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନର ବିକାଶରେ ସହାୟକ ହୋଇଥାଏ। ନୀଳଗିରି ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଭୂଇଁୟା ତାଙ୍କ ଅଭିଭାଷଣରେ କହିଥିଲେ କ୍ରୀଡା ଆମକୁ ଶୃଙ୍ଖଳିତ କରିବା ସହିତ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଶ୍ରୀ ମଣ୍ଡଳ ତାଙ୍କ ଅଭିଭାଷଣରେ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଦ୍ଵାରା ସଫଳତାର ଚାବିକାଠି ପ୍ରାପ୍ତ ହୋଇଥାଏ । ସଭାପରେ ବିଭିନ୍ନ ପ୍ରକାରର କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ କପ୍ ଦେଇ ପୁରସ୍କୃତ କରା ଯାଇଥିଲା। ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉକ୍ତ ପ୍ରତିଯୋଗିତା ରେ ସହଯୋଗ କରିଥିବା ଦେଖା ଯାଇଛି।