ବ୍ଲକସ୍ତରୀୟ ଏସଆଇଆର ତାଲିମ କାର୍ଯ୍ୟକ୍ରମ
ଛାତ୍ରପୁର (ଓ୍ବାଇଏନଏସ): ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ ଙ୍କ ଅଧ୍ୟକ୍ଷତାରେ ଏସ ଆଇ ଆର ତାଲିମ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି l ଦିବଂଗତ ସୁପଭାଇଜର ରଘୁନାଥ ପ୍ରଧାନ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଶୋକ ପ୍ରସ୍ତାବ ଆଗତକରିସାମୁହିକ ୨ମିନିଟ ନୀରବ ପ୍ରାର୍ଥନାହୋଇଥିଲା l ଏବିଡିଓ ଶଶାଙ୍କ ଶେଖର ତରେଇଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଆୟୋଜିତ l ଜିପି ଡିଓ ସୁଦୀପ୍ତ ପଟନାୟକ ଉପସ୍ଥିତ ସମସ୍ତ ବିଏଲ ଓ ଓ ସୁପରଭାଇଜର ମାନଙ୍କୁ ମାପିଂ ହେବା, ମ୍ୟାପିଂ ହୋଇଥିବା ନାଁ ଗୁଡିକ କିଭଳି ମାର୍କ କରିବା ଓ ଅନ ମ୍ୟାପିଂ ଗୁଡିକ କିଭଳି ଫମ ଫିଲାପ ଜରିବା ସମ୍ବନ୍ଧରେ ଅତି ସୁନ୍ଦର ଭାବେ ବୁଝେଇଦେଲେ l ବିଏଲଓ ସୁପ୍ରଭାଇଜର କୈଳାଶ ଚନ୍ଦ୍ର ବେହେରା ସହଯୋଗ କରିଥିଲେ l ସୁପରଭାଇଜର ଜନାର୍ଦ୍ଦନ ଶତପଥୀ, ବିଷ୍ଣୁ ନାରାୟଣ ପଣ୍ଡା, ବିନୋଦ ଚନ୍ଦ୍ର ସେଠି, କେଦାରେଶ୍ୱର ରାଓ, ମନୋଜ କୁମାର ତ୍ରିପାଠୀ, ରାମଚନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ତାଲିମ୍ କୁ ସଫଳ କରିଥିଲେ ।


