ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର
ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ): ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ତମ ଜନ୍ମଦିବସ ପାଳନ ଉପଲକ୍ଷେ ବିଜେପି ଦଳ ପକ୍ଷରୁ ସେବା ପକ୍ଷ ପାଳନ କରାଯାଉଛି ! ସ୍ଥାନୀୟ କର୍ମୀ ମାନଙ୍କ ତରଫରୁ ବିଭିନ୍ନ କାର୍ଯ୍ଯକ୍ରମ ବ୍ଲକ, ମଣ୍ଡଳ ଓ ପଞ୍ଚାୟତସ୍ତରୀୟରେ ଆୟୋଜନ କରାଯାଉଥିବା ବେଳେ ମାଠପଡା ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ରଥଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି ! ମାଠପଡା ଆରୋଗ୍ଯମ୍ ମନ୍ଦିର ପରିସର ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ କୋରାପୁଟ ବ୍ଲଡ୍ ବ୍ଯାଙ୍କର ଏକ ଟିମ୍ ଉପସ୍ଥିତ ରହି ରକ୍ତଦାନ କରୁଥିବା ବୃଦ୍ଧବୃଦ୍ଧାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ! ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ରେ ପୂଜାର୍ଚ୍ଚନା କରାଯାଇ ତାଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ମାଠପଡା ପଞ୍ଚାୟତ ବିଜେପି ସଭାପତି ସୁରେନ୍ଦ୍ର ମୁର୍ଜିଆଙ୍କ ସହିତ ବୌଷ୍ଣତମ ନାୟକ, ବିଶ୍ବନାଥ ଗୋଲରୀ, କୃଷ୍ଣ ଗୋଲରୀ, ଚିଣ୍ଟୁ ପଣ୍ଡାଙ୍କ ସହିତ ପଞ୍ଚାୟତର ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ !