ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ବିଜେପି କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଏହି ଶିବିରରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ଜିଲ୍ଲା ଉପସଭାପତି ସୁକୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା, ସମ୍ପାଦକ ରାକେଶ ମହାପାତ୍ର, ଜିଲ୍ଲା ଉପସଭାପତି ସିପ୍ରା ମହାପାତ୍ର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଗୋପୀନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୩୭୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ରତ୍ୟେକ ରକ୍ତଦାତାଙ୍କୁ ବିଧାୟକ ଉତ୍ତୋରିୟ ଏବଂ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦିକା ରବିତା ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ମାନସ ମହାନ୍ତି, ରଘୁନାଥ ପରିଡ଼ା, ଉମାକାନ୍ତ ଜେନା, ପ୍ରଫୁଲ୍ଲ ଦ୍ବିବେଦୀ, ବିବେକ ବିକାଶ ରାଉତ, ପୂର୍ବତନ ମଣ୍ଡଳ ସଭାପତି ବିଭୂତି ରଞ୍ଜନ ସେନାପତି, କୃଷ୍ଣ ଚନ୍ଦ୍ର ସାହା, ଭୋଳାନାଥ ପାତ୍ର, ମଳୟ କୁମାର ବିଶ୍ବାଳ, ନିତୁନ କୁମାର ସାହା, ସୋବୁଧ ଚନ୍ଦ୍ର ପଣ୍ଡା, ରକି ରାଉତ, ସିଲି ବେହେରା, କମଳ ଲୋଚନ ପ୍ରଧାନ, କାଳୀ ଚରଣ ମାଲ, ସନ୍ୟାସୀ ମହାନ୍ତି, କମଳାକାନ୍ତ ଦାସ, ଜୟନ୍ତୀ ପାତ୍ର, ଆରତୀ ଶତପଥୀ, ରମାମଣୀ ସେନାପତି, ଚନ୍ଦ୍ରକାନ୍ତି ପ୍ରଧାନ ଇତ୍ୟାଦି ସହଯୋଗ କରିଥିଲେ।


