ସେବା ପକ୍ଷ ଅବସରରେ ରକ୍ତଦାନ ଶିବିର, ୧୧୩ ୟୁନିଟ ରକ୍ତ ସଂଗୃହୀତ।
ବୁଗୁଡ଼ା (ଅନୀଲ କୁମାର ମହାରଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ଉପଲକ୍ଷେ ସେପ୍ଟେମ୍ବର ୨୧ ତାରିଖ ଦିନ ବୁଗୁଡ଼ା ସହରର କଳିଙ୍ଗ ବୈଶ୍ୟ ସମାଜ ଗୃହରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଆୟୋଜିତ ଏହି ରକ୍ତଦାନ ଶିବିରକୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କ ମହତ୍ ପଦକ୍ଷେପ ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ କୃତଜ୍ଞତା ଜଣାଇବା ସହିତ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବିଜେପି ଯୁବମୋର୍ଚ୍ଚାର ଯୁବକମାନଙ୍କୁ ସାଧୁବାଦ ଜଣାଇଥିଲେ। କନ୍ଧମାଳ ଜିଲ୍ଲା ଫୁଲବାଣୀର ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ୧୧୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବ ନେତା ସଞ୍ଜିବ ପାତ୍ର, ନାରୀନେତ୍ରୀ ଜୟନ୍ତୀ ପଢୀଆରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବରିଷ୍ଠ ନେତା ଗଙ୍ଗାଧର ନାୟକ, ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ, ନଗର ବିଧାୟକ ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ର, ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ନଗର ସଭାପତି କେଦାରନାଥ ମହାରଣା, ଜିଲ୍ଲା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା, ସୁନୀଲ ପାଢ଼ୀଙ୍କ ସମେତ ବହୁ ଦଳୀୟ କର୍ମୀ ସହଯୋଗ କରିଥିଲେ ।