ବୈତରଣୀ କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ହାଟଡିହି (ଓ୍ବାଇଏନଏସ) : ବୈତରଣୀ ବାମ ପାର୍ଶ୍ୱ କେନାଲର କଣ୍ଟିଗାଡ଼ିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ କେନାଲ ଭିତରୁ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ପନ୍ଦାଡୋ ଗ୍ରାମର ଦୁର୍ଯ୍ୟୋଧନ ଜେନାଙ୍କ ପୁଅ ସନ୍ତୋଷ ଜେନା (୨୫)। ଗତକାଲି ସକାଳୁ  ସନ୍ତୋଷ ନିଖୋଜ ଥିଲେ। ସାଇକେଲ ନେଇ ଘରୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନଥିଲେ। ଆଜି ମଧ୍ୟାହ୍ନରେ କଣ୍ଟି ଗାଡ଼ିଆ ନିକଟ କେନାଲରେ ଏକ ଶବ ଭାସୁଥିବା ଜଣେ ଛେଳି ଚରାଳି ଦେଖି  ଖବର ଦେବା ପରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ଶାବକୁ ଚିହ୍ନଟ କରିଥିଲେ। ଖବରପାଇ ସୋସୋ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଶୌଚ ପାଇଁ ଯାଇଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଶୌଚ ହେବାକୁ ଯାଇ ଅନେକ ଲୋକଙ୍କ ଜୀବନ ଗଲାଣି। ଏହା ଗଭୀର କେନାଲ ହୋଇ ଥିବା ରୁ ଓ ସବୁବେଳେ ୮/୧୦ ଫୁଟ ଉଚ୍ଚାର ପାଣି ରହୁଥିବାରୁ  କେନାଲର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡା ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ