’ବୋଇତ ବନ୍ଦାଣ’ ଅନ୍ୱେଷଣ ଏବଂ ଉଦ୍ୟୋଗୀ ଭାବନାର ଅନନ୍ୟ ଉତ୍ସବ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଦେବୀ ନଦୀ ପଠାରେ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପରି ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ତଥା ଭାତୃଭାବର ଆଦାନ ପ୍ରଦାନ ପାଈଁ ଏହି ଉତ୍ସବ କେବଳ ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତ ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ପଂଚାୟତ ମିଳିତ ଉଦ୍ୟମରେ ଦ୍ୱିତୀୟ ବାର୍ଷିକ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ରେ କମିଟି ପକ୍ଷରୁ ୭ଜଣ ସାଧବପୁଅ ଗୋଟିଏ ସୁସଜ୍ଜିତ ବୋଇତରେ ଯିବା ପରେ ସେଠାରେ ସେମାନେ ବହୁ ଆଡ଼ମ୍ବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପରେ ସେମାନେ ସେଠାରୁ ଫେରିବା ପରେ ଦେବୀ ନଦୀ ପଠାରେ ସେମାନଙ୍କ ପାଛୋଟି ଅଣାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରାଚୀନ ଓଡିଶା ବା ଉତ୍କଳ କିମ୍ବା କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଥିଲା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। କଳିଙ୍ଗ ସାହସୀ ନାବିକ ମାନେ ସମୁଦ୍ର ବକ୍ଷରେ ବୋଇତ ଭସାଇ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ ସମେତ ଚୀନ, ୟୁରୋପ ଆଦି ଦେଶ ସହିତ ବାଣିଜ୍ୟକ ସମ୍ପର୍କ ପ୍ରତିଷ୍ଠା ମାଧ୍ୟ୍ୟମରେ ରୁଦିମନ୍ତ କରିଥିଲେ। ଓଡ଼ିଆ ସାଧବପୁଅ ସାତ ସମୁଦ୍ର ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ସିଂହଳ ବ୍ରହ୍ମଦେଶ କୁ ବୋଇତ ଯାତ୍ରା କରୁଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାଞ୍ଚ ଦିନ ବ୍ୟାପି ଉତ୍ସବ ମୁଖର ହୋଇ ଉଠିଥିଲା ଦେବୀ ନଦୀ ପଠାର ଉତ୍କଳୀୟ ପରମ୍ପରା ର ସ୍ମୃତି ବହନ କରୁଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତ ଓ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ତରାସାହି ପଂଚାୟତ ର ମିଳିତ ସହଯୋଗ ରେ ଅନୁଷ୍ଠିତ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ।ପ୍ରାଚୀନ ନୌବାଣିଜ୍ୟ ପରମ୍ପରା କୁ ଉଜ୍ଜୀବିତ କରିବା ତଥା ଭାତୃଭାବର ଆଦାନ ପ୍ରଦାନ ପାଈଁ ଏହି ଉତ୍ସବ କେବଳ ଭାଇଚାରାର ପ୍ରତୀକ ରୂପେ ପାଳିତ ହୋଇଯାଇଛି।ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ତାଳଦା ଓ ତରାସାହି ଗ୍ରାମ ପଂଚାୟତ ମିଳିତ ସହଯୋଗ ରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ଉଦୁଯାପନୀ ସନ୍ଧ୍ୟା ରେ ସଭାପତି ବିଜୟ କୁମାର ପଢିୟାରୀ ଙ୍କ ସଭାପତିତ୍ବ ରେ ମୁଖ୍ୟଅତିଥି ଜଗତସିଂହପୁର ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ମୁଖ୍ୟବକ୍ତା ବାଲିକୁଦା ପଂଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ,ସଂମ୍ମାନୀତ ଅତିଥି ଭାବେ ବାଲିକୁଦା ବିଧାୟକ ପ୍ରତିନିଧି ଅଲେଖ ଚରଣ ସ୍ୱାଇଁ, ଜଗତସିଂହପୁର ୩ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ରୁନୁ ପ୍ରଭା ବେହେରା,ଉପଦେଷ୍ଟା ତଥା ସମାଜସେବୀ ପ୍ରତାପ ପରିଡା, ପୂର୍ବତନ ବିଧାୟକ ରବି ମଲ୍ଲିକ, ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ,ତାଳଦା ପଂଚାୟତ ସରପଞ୍ଚ ଦୀପକ ପରିଡା ପ୍ରମୁଖ ଉପସ୍ଥିତ ରେ ଉଦୁଯାପନୀ ସନ୍ଧ୍ୟା ଉଦୁଯାପିତ କରାଯାଇଥିଲା। ଏହା ପରେ ଦେବୀ ନଦୀ ପଠାନିକଟରେ ସୁସଜ୍ଜିତ ବେଶରେ ସଜ୍ଜିତ ସାତ ଜଣ ସାଧବ ପୁଅ ଙ୍କୁ ସାଧବବୋହୁ ମାନେ ବୋଇତ ରେ ବନ୍ଦାପନା କରି ପାଛୋଟି ନେଇଥିଲେ। ଧୂପ ଦୀପ ଚନ୍ଦନ ଓ ପୁଷ୍ପ ରେ ପୂଜାର୍ଚନା କରିଥିଲେ। ତଅପୋଇ ବେଶରେ ପ୍ରିୟା ପରିଡା ସୁସଜ୍ଜିତ ହୋଇଥିଲେ।ପାଞ୍ଚ ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ମାନେ ଓଡ଼ିଶାର ନୌ ବାଣିଜ୍ୟ ସ୍ମରଣ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନର ମହତ୍ୱବିଷୟରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଦ୍ୱିତୀୟ ବାର୍ଷିକ ଆଞ୍ଚଳିକ ବୋଇତ ବନ୍ଦାଣ ତାଳଦା ପଂଚାୟତ ଓ ତରାସାହି ପଂଚାୟତ ମିଳିତ ଆୟୋଜନ ଅନୁଷ୍ଠିତ ହୋଇଥିବାରୁ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ସ୍ଥାନୀୟ ଅଂଚଳ ହଜାର ହଜାର ଲୋକ ଙ୍କ ସମାଗମ ସମେତ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳା ବୁଲିବା ମଜା ନେଇଥିଲେ ସ୍ଥାନୀୟ ଅଞ୍ଚଳବାସୀ।କାର୍ଯ୍ୟକ୍ରମ ଦାୟିତ୍ୱରେ ତରାସାହି ସରପଞ୍ଚ ରାଜକିଶୋର ବେହେରା, ରାଜେନ୍ଦ୍ର ମହାନ୍ତି (ରାଜା ), ଦିବାକର ସାହୁ, ପ୍ରଫୁଲ୍ଲ ସେନାପତି, ସମାଜସେବୀ ବିଜନ କୁମାର ପରିଡା, ମାନସ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ। ଶେଷ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ।


