ଦେବୀ ନଦୀ ପଠାରେ ବୋମା ମାଡ଼ ସହ ଫାଙ୍କା ଗୁଳି ଚାଳନା
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଓ ଜଗତସିଂହପୁର ଜିଲ୍ଲା ସନ୍ନିକଟ ଦେବୀ ନଦୀ ଶଯ୍ୟାରୁ ଉଠୁଛି ଟନ ଟନ ବାଲି। ଯାହାକୁ ନେଇ ଗତବର୍ଷ ବାଲି ଉତ୍ତୋଳନ କାରୀ ସଂସ୍ଥା ଓ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଗଣ୍ଡଗୋଳ ହୋଇଥିଲା। କିନ୍ତୁ ଚଳିତ ବର୍ଷ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଲିକୁଳ ନିକଟରେ ବାଲି ଉଠାଣ କୁ ନେଇ ସ୍ଥାନୀୟ ବାସିନ୍ଧା ଓ ବାଲି ଉତ୍ତୋଳନ କାରୀ ସଂସ୍ଥା ମଧ୍ୟରେ ଚାପା ଉତେଜନା ପରିସ୍ଥିତି ଯୋଗୁଁ ସ୍ଥାନୀୟ ବାସିନ୍ଧା ସମସ୍ୟା ଦୂର କରିବାକୁ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଗ୍ରସ୍ତ କରି ସମସ୍ୟା ଦୂର କରିବା ପାଇଁ ବାରମ୍ବାର ବୈଠକ ମଧ୍ୟ କରିଛନ୍ତି। କିନ୍ତୁ ଶୁକ୍ରବାର ରାତି ସମୟରେ ବାଲି ଉଠାଣ ସମୟରେ ଅନ୍ଧାର ରାତିର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ହଠାତ ବୋମା ମାଡ଼ ସହ ଫାଙ୍କା ଗୁଳି ଚାଳନା କରିଥିଲା। କିନ୍ତୁ ଏଭଳି ଘଟଣା କିଏ ଘଟାଇଲା କାହା ପାଖରେ ଉତ୍ତର ନଥିବା ବେଳେ ଖବର ପାଇଁ କାକଟପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ରାତ୍ର ହୋଇଥିବା ରୁ ଚାପା ଉତେଜନା କୁ ଶାନ୍ତ କରିଥିଲା। କିନ୍ତୁ ଶନିବାର ପୂର୍ବାହ୍ନ ସମୟରେ ବାଲିକୂଳ ସମେତ ସ୍ଥାନୀୟ ଅଂଚଳର ଲୋକ ମାନେ କାକଟପୁର ଥାନାରେ ପହଂଚି ବାଲି ଉଠାଣ ତୁରନ୍ତ ବନ୍ଦ କରାଯାଉ ଏହା ସହ ବୋମା ମାଡ଼, ଫାଙ୍କା ଗୁଳି ଚାଳନା କରିଥିବା ବ୍ୟକ୍ତି କୁ ତୁରନ୍ତ ଗିରଫ କରାଯାଉ ବୋଲି ଅଭିଯୋଗ ଦେଇଥିବା ବେଳେ ଯଦି ଦେବୀ ନଦୀ ପଠାରୁ ଏହିପରି ବାଲି ଉଠେ ଆଗାମୀ ଭବିଷ୍ୟତ ରେ ନଦୀ ଜଳର ଗତିପଥ ବଦଳିବା ସହ ନଦୀକୂଳ ଖାଉଛି। ନଦୀ ଗର୍ଭରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଗର୍ତ୍ତ ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି ନଦୀ କୂଳରେ ରହୁଥିବା ବାଲିକୂଳ, ଡାହାଣୀଖିଆ ଅଞ୍ଚଳବାସୀ। ଅନ୍ୟ ପଟେ ସରକାରୀ ବାଲିଘାଟ କୁ ନେଇଥିବା ସଂକୁନ୍ତଳା କାପୁ ଙ୍କ ସ୍ୱାମୀ ହୁଲ୍ଲାସ କାପୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ଅଭିଯୋଗ ଦେବା ସହ ଟ୍ରାକ୍ଟର ଗାଡିଟିକୁ ବମିଙ୍ଗୀ କରି ଜାଳିଦେବା ସହିତ ଅନ୍ୟ ଏକ ଗାଡି ବାଡେଇ ଗୁଣ୍ଡ କରିଦେବା ସହିତ ବନ୍ଧୁକ ଦେଖାଇ ଦୁଲ ଦାଲ ଫାଙ୍କା ଗୁଳି ଚାଳନା ବର୍ଷା କଲେ ବୋଲି ଲିକ୍ଷିତ ଆକାରରେ ଦର୍ଶାଇଛନ୍ତି। ଶନିବାର ପୂର୍ବାହ୍ନ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ କାକଟପୁର ଥାନାରେ ପହଂଚି ଲିକ୍ଷିତ ଅଭିଯୋଗ କେତେ ସତ୍ୟାସତ୍ୟ ତଦନ୍ତ କରିବା ସହ ଅନୁସନ୍ଧାନ କରିବା ସହ ଉତେଜନା ପରିସ୍ଥିତି କୁ ଶାନ୍ତ କରିବାକୁ ପୁଲିସ ମୁତୟନ କରିଥିଲେ। ଦୁଇଟି ଅଭିଯୋଗ କୁ ଭିତ୍ତିକରି ଉଭୟ ପକ୍ଷର ୫୦ରୁ ଉର୍ଦ୍ଧ ଲୋକଙ୍କ ନାମରେ କାକଟପୁର କେଶ ନଂ ୧୨୮/୨୬, ୧୨୯/୨୬ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି। କିନ୍ତୁ ବୋମା ମାଡ଼ ସହ ଫାଙ୍କା ଗୁଳି ଚାଳନା କୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣା ରେ ପୁଲିସ ଏ ପର୍ଯ୍ୟନ୍ତ କାହାକୁ ଧରି ପାରିନାହିଁ। ଆଗାମୀ ଦିନରେ ସମସ୍ୟା ସମାଧାନ ନ ହୁଏ ସ୍ଥାନୀୟ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


