ସାପ କାମୁଡ଼ାରେ ବାଳକ ମୃତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ବଡଦ୍ୱାରସାହିର ମୃତ ସୁରେନ୍ଦ୍ର କୌଶଲ୍ୟା ଙ୍କ   ସାନ ପୁଅ ବେଲଧର କୌଶଲ୍ୟା (୧୫) ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଗତ ରାତ୍ରରେ ପରିବାର ଲୋକେ ଖାଇ ସୋଇଥିବା ବେଳେ  ବିଳମ୍ବିତ ରାତ୍ରରେ ଏକ ବିଷ ଧର ସାପ  ବେଲଧରର ପେଟରେ ଚଟ ମାରିଥିଲା।ତାକୁ ଛାତି ବ୍ୟଥାହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ସେହିଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏସ ଆଇ ହେମନ୍ତ କୁମାର ବରିହା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ ମାମଲା ରୁଜୁ କରିବା ପରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ସକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ବେଲଧର ଛୋଟ ପିଲା ହେଲେ ମଧ୍ୟ ସମାଜ ପ୍ରତି ତାର କର୍ତ୍ତବ୍ୟ ଓ ସାମାଜିକ ସଚେତନା ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ