ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ (ଓ୍ବାଇଏନଏସ): ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ-1 (ଫ୍ଲାଇଂ ୟୁନିଟ) କଟକ ଆଜି ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ମାମଲାରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା, ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଅଞ୍ଚଳର ସିପୁ ବେହେରା (୩୨)। ଅଭିଯୁକ୍ତ ସିପୁ କୁ ଅବକାରୀ ବିଭାଗ ପକ୍ଷରୁ ଆଜି (ସୋମବାର) କୋର୍ଟ ଚାଲାଣ କରଯାଇଥିଲା । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ନିକଟରୁ ୨୭୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨୭. ୫୦ ଲକ୍ଷ ଟଙ୍କା। ଏନେଇ ଅବକାରୀ ପକ୍ଷରୁ NDPS ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ଟାଉନ ଥାନା ଅଧିନ ମହିଷାପାଟ ଛକ ଜାତୀୟ ରାଜପଥ-୫୫ ଠାରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରି ଅଭିଯୁକ୍ତ ସିପୁ ବେହେରାକୁ କାବୁ କରାଯାଇଥିଲା। ଅବକାରୀ ଅଧୀକ୍ଷକ ଶ୍ରୀ ସମରଜିତ ଦାସଙ୍କ ନିର୍ଦ୍ଦେଶରେ ଏବଂ ଉପ ଆବକାରୀ ଅଧୀକ୍ଷକ ଶ୍ରୀ ରୋଶନ ଇସୁ ହଂସଦାଙ୍କ ସିଧାସଳଖ ତଦାରଖରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ର ସଦସ୍ୟ ଭାବେ ସବ୍-ଇନ୍ସପେକ୍ଟର ବଲବୀର ଗଡନାୟକ, ସହାୟକ ସବ୍-ଇନ୍ସପେକ୍ଟର କିଶୋର କୁମାର ରାଉତ, କନଷ୍ଟେବଲ୍ ରଞ୍ଜିତ ସାହୁ, କନଷ୍ଟେବଲ୍ ଶିବାନନ୍ଦ ସଡଙ୍ଗୀ, କନଷ୍ଟେବଲ୍ ସୁମିତ କୁମାର ନାଏକ ଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇ ଅଭିଯୁକ୍ତକୁ କାବୁ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ