ପାର୍ଶାଳୀ ପଞ୍ଚାୟତରେ ବିଏସ୍ଏନ୍‌ଏଲ୍ ଓ ଜିଓ ସେବା ଠପ୍

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ବିସଏନଏଲଓ ଜିଓ ସେବା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତରେ ପ୍ରାୟ ୧ବର୍ଷ ହେଲା ଜିଓ ନେଟୱାର୍କ ବଡ଼ ଡେଙ୍ଗଲେଲି ଠାରେ ନିର୍ମାଣ ହୋଇଥିଲେ ମଧ୍ୟ ଆଜିଯାଏ କାର୍ଯ୍ୟକ୍ଷମ ହୋଇନଥିବାରୁ ଉପଭୋକ୍ତା ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସେହିପରି ବିଏସଏନଲ ଥାଇ ଅଧ୍ୟ ଘାଟି ଚଢି ପାରୁନଥିବାରୁ ଲୋକେ ପାହାଡ଼ ଚଢି ଫୋନ କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଡାଙ୍ଗରିଆ ମାନେ।ଡିଜିଟାଲ ସେବା ଯୋଗାଉଥିବା କଥା କହୁଥିବା ବେଳେ ସେବା କାର୍ଯ୍ୟରେ ଆସୁ ନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପଞ୍ଚାୟତର ହଜାର ହଜା ଉପଭୋକ୍ତା ବିଏସଏନଏଲ ଓ ଜିଓ ସେବା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ପ୍ରାୟ ୧ ବର୍ଷ ହେଲା ସେବା ଅଚଳ ଥିବାରୁ ସରକାରୀ ଓ ବେସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ଶ୍ରମିକଙ୍କ ଟଙ୍କା ଉଠାଣ, ଜମି କାଗଜପତ୍ର, ସ୍ବାସ୍ଥ୍ୟ ସମସ୍ୟା,ଛାତ୍ରଛାତ୍ରୀଙ୍କ ପାଠପଢ଼ା, ପୋଷ୍ଟ ଅଫିସ, ଜନ୍ମ ପଞ୍ଜୀକରଣ, ତହସିଲ ଓ ପଞ୍ଚାୟତ କାର୍ଯ୍ୟରେ ଭଳି କାର୍ଯ୍ୟ  ସମୟରେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ପ୍ରାୟ ୧ ବର୍ଷରୁ ଅଧିକ ସେବା ମିଳୁନଥିବାରୁ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଏସଏନଏଲ ଓ ଜିଓ ସେବା ସ୍ବାଭାବିକ କରିବା ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।ସେହିପରି ଲମ୍ବା ଗ୍ରାମଠାରେ ନିର୍ମାଣ ହେଉଥିବା ଜିଓ ଟାୱାର ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ