କ୍ୟାବନେଟ୍ ବୈଠକରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର; ରାତିରେ କାମ କରିପାରିବେ ମହିଳା କର୍ମଚାରୀ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିଥିଲା ।ବୈଠକରେ ଅନ୍ୟ ବିଭାଗର ସଚିବ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉକି, ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ ବିଭାଗର ୪ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି । ସେହିଭଳି ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ତେବେ ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ । ସଂସ୍ଥାରେ ୨୦ ରୁ ଅଧିକ କର୍ମଚାରୀ ଥିଲେ ଲାଗୁ ହେବ ଏହି ନିୟମ। ଓଡ଼ିଆରେ ସାଇନ ବୋର୍ଡ ରହିବ। କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି। ୩୦ ମିନିଟ ରେଷ୍ଟ ନେବେ କର୍ମଚାରୀ। । ସପ୍ତାହରୁ ୪୮ ଘଣ୍ଟାରୁ ଅଧିକ କାମ କଲେ ଦ୍ବିଗୁଣିତ ମଜୁରୀ ପାଇଁ ହକଦାର ହେବେ କର୍ମଚାରୀ।ରାତିରେ ମହିଳା କର୍ମଚାରୀଙ୍କ ପ୍ରତିବନ୍ଧକ ହଟିବ। ମହିଳା କର୍ମଚାରୀ ରାତିରେ କାମ କରିବାକୁ ଚାହିଁଲେ ଲିଖିତ ସମ୍ମତି ଦେଇ ସର୍ତ୍ତାବଳି ଅନୁଯାୟୀ କାମ କରିପାରିବେ। ସେମାନଙ୍କ ସୁରକ୍ଷା ଓ ଯିବା ଆସିବା ପାଇଁ ଧ୍ୟାନ ଦିଆଯିବ।