ସୋମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ୍ ଶୋଭାଯାତ୍ରା

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ପକ୍ଷରୁ ପ୍ରାଣ ହରାଇଥିବା ସୋମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦଗତି କାମନା କରି କାକଟପୁର ଯୁବ କଂଗ୍ରେସ ସଭାପତି ବିରଞ୍ଚି ନାରାୟଣ ପତି ଙ୍କ ନେତୃତ୍ଵରେ ରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ଏହି ଶୋଭାଯାତ୍ରା କୋଣାର୍କ କଂଗ୍ରେସ କାର୍ଯ୍ୟାଳୟ ଠାରୁ ମେଡିକାଲ ଛକ ଓ ସୂର୍ଯ୍ୟ ମନ୍ଦିର ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମୀ ମହମବତୀ ଧରି ଶୋଭାଯାତ୍ର କରିଥିଲେ । ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ବି.ଏଡି . ଛାତ୍ରୀଙ୍କ ଅକାଳ ବିୟୋଗରେ କାକଟପୁର ଯୁବ କଂଗ୍ରେସ ସରକାରଙ୍କ ନିକଟରେ ଦୋଷି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଓଏସ୍ କୁମାର ଜେନା , କଂଗ୍ରେସ ଯୁବ ନେତା ତଥା କାକଟପୁର ଯୁବ କଂଗ୍ରେସ ସଭାପତି ବିରଞ୍ଚି ନାରାୟଣ ପତି , କୋଣାର୍କ ଏନ୍ଏସି ୫ନଂ କାଉନସିଲର ନିହାର ରଞ୍ଜନ ବେଉରା ଓ କର୍ମୀ ପ୍ରତାପ କାଣ୍ଡି , ନିରଞ୍ଜନ ଖୁଣ୍ଟିଆ , ସ୍ଵାଧୀନ ନାୟକ , ଲୋକନାଥ ବେହେରା , ଦେବରାଜ ନାୟକ , ସୌମ୍ୟ ଲେଙ୍କା , କୃର୍ଷ୍ଣ ଚନ୍ଦ୍ର ବେହେରା , ବୁଧନଥା କାଣ୍ଡି , ମନୋରଞ୍ଜନ ବେହେରା , ଚନ୍ଦନ କାଣ୍ଡି , ଦିଲ୍ଲୀପ କୁମାର ନାୟକ , ସମେତ ଶତାଧିକ ଯୁବ କ°ଗ୍ରେସ କର୍ମୀ କ୍ୟାଣ୍ଡେଲ୍ ଜାଳି ଠାକୁରଙ୍କ ନିକଟରେ ଅମର ଆତ୍ମା ର ସଦଗତି କାମନା କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ