ଆସିକାର ୨ଟି କେନ୍ଦ୍ରରେ ଆରମ୍ଭ ହେଲା ସିବିଏସ୍‍ଇ ଦଶମ ବୋର୍ଡ ପରୀକ୍ଷା

ଆସିକା  (ୱାଇଏନ୍‍ଏସ୍‍): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମଙ୍ଗଳବାର ଠାରୁ ଆସିକାର ଆରିୟନ୍‍ ପବ୍ଳିକ ସ୍କୁଲ ଓ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଗଣିତ ପରୀକ୍ଷା ଦେଇଥିଲେ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ପ୍ରଥମ ଦିନର ପରୀକ୍ଷା ଆସିକାର ୨ଟି କେନ୍ଦ୍ରରେ ଶୃଙ୍ଖଳିତ ଭାବେ ଶେଷ ହୋଇଛି । ପ୍ରଥମ ଦିନର ଗଣିତ ପରୀକ୍ଷା (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍‍)ର ପ୍ରଶ୍ନପତ୍ର ସହଜ ଓ ସରଳ ଥିବାରୁ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଆସିକା ଆରିୟନ୍‍ ପବ୍ଳିକ ସ୍କୁଲ ପରୀକ୍ଷା କେନ୍ଦ୍ରରେ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ବଡଆଗୁଳ, ଓଡିଶା ଆଦର୍ଶ ବିଦ୍ୟାଳୟ ଶେରଗଡ, ଓଡିଶା ଆଦର୍ଶ ବିଦ୍ୟାଳୟ ଧରାକୋଟର ପରୀକ୍ଷାର୍ଥୀ ଓ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆସିକା ଆରିୟନ୍‍ ପବ୍ଳିକ ସ୍କୁଲ ଓ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଡି-ପଲ୍‍ ସ୍କୁଲର ପରୀକ୍ଷାର୍ଥୀ ପ୍ରଥମ ଦିନର ଗଣିତ ପରୀକ୍ଷା ଦେଇଥିବା ଜଣାପଡିଛି । ଏହି ପରୀକ୍ଷାକୁ ଶୃଙ୍ଖଳିତ, ସ୍ୱଚ୍ଛ, କପିମୁକ୍ତ ଓ ତୃଟିଶୂନ୍ୟ ଭାବେ ସମାପ୍ତ କରିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ