ସିବିଏସ୍ଇ ପରୀକ୍ଷାଫଳ ପ୍ରକାଶିତ: ଶ୍ରେୟସୀ କର ଓ ଭାଗ୍ୟଶ୍ରୀ ଜେନାଙ୍କ ସଫଳତା
ହାଟଡିହି(ବିକାଶ ବିଶ୍ବାଳ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରିଛି। ଏହାର ୧୫ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି।
ତନ୍ମଧ୍ୟରୁ ଶ୍ରେୟସୀ କର ୯୪.୦୬ ଓ ଭାଗ୍ୟଶ୍ରୀ ଜେନା ୯୩.୦୨ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀ ଙ୍କ ଏପରି ସଫଳତାରେ ବିଦ୍ୟାଳୟର ଅଧକ୍ଷ ଉଦୟନାଥ କର, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୁସି ବ୍ୟକ୍ତ କରିବା ସହ କୃତ୍ତି ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।