ସିସିଡି ତରଫରୁ ୨୯ ଜଣ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହଯୋଗ ପ୍ରଦାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ଶିକ୍ଷା ମାଧ୍ୟମରେ ଗ୍ରାମ୍ୟ ଜୀବନର ପରିବର୍ତ୍ତନ ଘଟାଇବା ଲକ୍ଷ୍ୟରେ, ସେଣ୍ଟର ଫର୍ କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡି) ତରଫରୁ ରାୟଗଡ ବ୍ଲକର ୭ଟି ଗ୍ରାମର ୨୯ ଜଣ ଏକକ ମାତୃ-ପିତୃ ହୀନ, ପାଠ ଛାଡ଼ିଥିବା ଓ ଅତ୍ୟନ୍ତ ଆବଶ୍ୟକତାମୂଳକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କୁ 10, 000ଟଙ୍କା ଲେଖାଏ ଅର୍ଥିକ ସାହାଯ୍ୟ ବଣ୍ଟନ କରାଯାଇଛି। ରାୟଗଡା ବ୍ଲକ ସଦଭାବନା ଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଶୁଶାନ୍ତ ବାରିକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ନିଜ ଛାତ୍ରଜୀବନ ର ଅଭିଜ୍ଞତା ସହ ଜୀବନରେ ଘଟିଥିବା ଘଟଣା ବିଷୟରେ କହିଥିଲେ ଓ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ସଂଘର୍ଷ କରି ସଫଳତା ଲାଭ କରିବାକୁ ଉତ୍ସାହିତ  କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ୨୯ ଜଣ ଛାତ୍ରଛାତ୍ରୀ ପ୍ରତିଜନ 10,000 କରି, ମୋଟ 2,90,000 ଅର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫିସ, ପଢ଼ା ସାମଗ୍ରୀ, ଓ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିପାରିବେ। ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ  ମାନସା, ନିରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିବାବେଳେ, ସମ୍ପୃକ୍ତ ୭ ଗ୍ରାମର କମ୍ୟୁନିଟି ଏଜୁକେଟରମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ