ନୂଆପଡ଼ା ଉପନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ଉତ୍ସବ ପାଳନ
ବାଲେଶ୍ବର(ସରୋଜ ପଣ୍ଡା): ନୂଆପଡ଼ା ଉପନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ପାଇ ଥିବାରୁ ସେହି ମୁହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆଜି ସନ୍ଧ୍ୟାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ପଥାଚାରୀ ଶହଶହ ଲୋକଙ୍କୁ ମିଠା ଖୁଆଇ, ଆତସବାଜି ଫୁଟାଇ ଦଳୀୟ କର୍ମୀମାନେ ଜୟ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଥିଲେ। ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଲମ୍ବୋଦର ନାୟକ, ପର୍ଶୁରାମ ପରିଡ଼ା, ସୁଷମା ରାଣୀ ବିଶ୍ଵାଳ, ଶ୍ରୀନିବାସ ପ୍ରଧାନ, ଚନ୍ଦ୍ର ଶେଖର ନନ୍ଦ, ବିଜୟ ସାହୁ, ନାରାୟଣ ମହନ୍ତ, ସନ୍ତୋଷ ସେଠୀ, ରାଜେଶ୍ ମହାକୁଡ, ରଣଜିତ୍ ପୃଷ୍ଟି, ସିପ୍ରା ରେଖା ମହାପାତ୍ର, ସୁସ୍ମିତା ପଣ୍ଡା, ସ୍ବିଟି ବାରିକ୍, ମଧୁଶ୍ରୀ ପଣ୍ଡା, ପ୍ରତାପ ମହାନ୍ତି, ବିପିନ ମାରାଣ୍ଡି, ମାନସ ମହାନ୍ତି, ପ୍ରଫୁଲ୍ଲ ଦିବେଦୀ, ତାପସ ମହାନ୍ତି, ଶ୍ରୀଭଗବାନ ଗୁପ୍ତା, ରବିତା ଦାସ, ଦୀପୁ ବିଶାଲ, ସୁକୁମାର ଦାସ, ଦିବ୍ୟାଭାରତୀ ଦାସ, ପ୍ରଦୀପ ଦାସ ଅଂଶଗ୍ରହଣ କରିଥିଲେ।


