କାକଟପୁର ଓ ଅସ୍ତରଙ୍ଗର ବିଭିନ୍ନ ସ୍ଥାନରେ ଶିଶୁଦିବସ ପାଳିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଶିଶୁ ଦିବସର ଅର୍ଥ ହେଉଛି ପିଲାଙ୍କ ପାଇଁ ଦିନଟିଏ। ପିଲାମାନେ ଦେଶର ବାସ୍ତବିକ ସମ୍ପତ୍ତି ଅଟନ୍ତି। ତେଣୁ ସେମାନଙ୍କୁ ଦେଶର ଭବିଷ୍ୟତ ବୋଲି କୁହାଯାଏ। ପିଲାମାନେ ହେଉଛନ୍ତି ବୃକ୍ଷର କଢ ସଦୃଶ। ସେମାନଙ୍କର ସଠିକ୍‍ ଯତ୍ନ ଓ ଉଚିତ ଲାଳନପାଳନ କଲେ ହିଁ ଏକ ସୁନ୍ଦର ଫୁଲ ଭାବେ ଫୁଟି ଜଗତର ହିତ ସାଧନ କରିଥାଆନ୍ତି। ନିଜ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟକୁ ସଠିକ ଭାବେ ବୁଝି ଦେଶକୁ ଉନ୍ନତିର ପଥରେ ଆଗେଇନେବା ହିଁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ଏହାକୁ ନଜରରେ ରଖି ଆମ ଦେଶରେ ପ୍ରତିବର୍ଷ ୧୪ ନଭେମ୍ବର ଦିନଟିକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ୧୪ ନଭେମ୍ବର ସ୍ୱତନ୍ତ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜନ୍ମ ଦିନ। ପଣ୍ଡିତ ନେହେରୁ ଗୋଲାପ ଫୁଲ ଏବଂ ପିଲାମାନଙ୍କୁ ଖୁବ ପସନ୍ଦ କରୁଥିଲେ। ତେଣୁ ସେ ନିଜ ଜନ୍ମଦିବସକୁ ‘ଶିଶୁ ଦିବସ’ ଭାବେ ସର୍ବଦା ପାଳନ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ତାଙ୍କୁ ପିଲା ଖୁବ ପ୍ରିୟ ଥିବାରୁ ସେ ଅଧିକାଂଶ ସମୟ ପିଲାମାନଙ୍କ ସହ ଅତିବାହିତ କରିବାକୁ ପସନ୍ଦ କରୁଥିଲେ। ଏପରି ରାସ୍ତାରେ ମଧ୍ୟ ପିଲାଙ୍କୁ ଦେଖିଲେ ସେ ନିଜ ଗାଡ଼ି ଅଟକାଇ ସେମାନଙ୍କ ସହ କଥା ହେବାକୁ ଲାଗୁଥିଲେ। ଶିଶୁ ଦିବସ ପାଳନ କରିବାର ଅନ୍ୟ ଏକ ପ୍ରୟୋଜନ ହେଉଛି, ପିଲାମାନେ ଦେଶର ଭବିଷ୍ୟତ, ତାଙ୍କର ଶିକ୍ଷାଦିକ୍ଷା, ଲାଳନପାଳନ, ପ୍ରଗତି ଓ ବିକାଶ ଆଦି ଉପରେ ବିଶେଷ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ ଅଟେ। ପିଲାମାନଙ୍କୁ କୌଣସି ସ୍ତରରେ ମଧ୍ୟ ଅବହେଳିତ କରିବା ଉଚିତ ନୁହେଁ। ଏହି ସମସ୍ତ ଉଦ୍ଦେଶ୍ୟର ପୂରଣ ପାଇଁ ଶିଶୁ ଦିବସ ପାଳନ କରାଯାଇଥାଏ। ପଣ୍ଡିତ ନେହେରୁଙ୍କ ମତରେ ପିଲାମାନଙ୍କ ହୃଦୟ ଖୁବ କୋମଳ, ପ୍ରତ୍ୟେକ ଛୋଟ କଥା ମଧ୍ୟ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ସେମାନଙ୍କ ବର୍ତ୍ତମାନ ଦେଶର ଆଗାମୀ ଭବିଷ୍ୟତ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ। ତେଣୁ ତାଙ୍କର କାର୍ଯ୍ୟକଳାପ , ତାଙ୍କୁ ପ୍ରଦାନ କରାଯାଉଥିବା ଜ୍ଞାନ ଓ ସଂସ୍କାର ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ଅଟେ। ପିଲାମାନଙ୍କ ମାନସିକ ଓ ଶାରିରୀକ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ସେମାନଙ୍କୁ ଉଚିତ ଶିକ୍ଷା, ସଂସ୍କାର, ପୋଷଣ ମିଳିବା ନିତ୍ୟାନ୍ତ ଆବଶ୍ୟକ। କାରଣ ତାଙ୍କର ଉନ୍ନତିରେ ହିଁ ଦେଶର ଉନ୍ନତି ନିର୍ଭର କରିଥାଏ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ତତସହିତ ଅସ୍ତରଙ୍ଗ ସରସ୍ବତୀ ଶିଶୁମନ୍ଦିର, ଆଳଙ୍ଗପୁର ସ୍ଥିତ ସରସ୍ବତୀ ବିଦ୍ୟାସାଗର, ନଗର ପଂଚାୟତ ସ୍ଥିତ ହାପି ଟ୍ୟୁଟୋରିଆଲ ରେ  ଶିଶୁ ଦିବସ ବେଶ ଧୂମଧାମରେ ପାଳନ ପାଈଁ ଆୟୋଜନ କରାଯାଇଥିଲା।ଏଥିରେ ପିଲାମାନଙ୍କର ସଙ୍ଗୀତ, ନୃତ୍ୟ, ପ୍ରବନ୍ଧ, କବିତା ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। କୃତି ଛାତ୍ରଛାତୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ