ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଆସିକା  (ୱାଇଏନ୍‍ଏସ୍‍) ଆସିକା ବ୍ଳକ ଅଧୀନସ୍ଥ ଖାରିଆ ଗ୍ରାମ ପଞ୍ଚାୟତର ଢୁଙ୍କୁଣୀ ଗ୍ରାମରେ ବୁଧବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହି ଅବସରରେ ଢୁଙ୍କୁଣୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଗ୍ରାମର ପୁଡୁଗେଶ୍ୱରପଲ୍ଲୀ ଗ୍ରାମ ସ୍ଥିତ ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରେ ବୁଧବାର ପୂର୍ବାହ୍ନରେ ପୂଜାର୍ଚ୍ଚନା ସାରି ବାଦ୍ୟବାଜଣା, ଶଙ୍ଖ ଧ୍ୱନୀ ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ସ୍ଥଳରେ ପହଞ୍ଚିବା ପରେ ବିଧିବିଧାନ ଅନୂଯାୟୀ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ସମଗ୍ର ଢୁଙ୍କୁଣୀ ଗ୍ରାମ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ବେଳେ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚଷ୍ପତି ପଣ୍ଡିତ ସମ୍ରାଟ ବୃନ୍ଦାବନ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଯୋଗୀ ପଣ୍ଡିତ ଗୌରୀଶଙ୍କର ଶତପଥୀ, ଗୋପାଳକୃଷ୍ଣ ପଣ୍ଡା, ଅମୂଲ୍ୟ କୁମାର ହୋତା, କାଳୀଚରଣ ମହାପାତ୍ର, ମିଟୁ ଦାଶ, ପ୍ରତାପ ଚନ୍ଦ୍ର ଶତପଥୀ, ଗ୍ରାମ୍ୟ ପୁରୋହିତ ପ୍ରଶାନ୍ତ କୁମାର ଦାଶ ଓ ପ୍ରମୋଦ କୁମାର ଦାଶ ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ଯଜ୍ଞମଣ୍ଡପ ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ବିଜୟ କୁମାର ଗୌଡ ଓ ତାଙ୍କ ପତ୍ନୀ ରଜନୀ ଗୌଡ ଏବଂ ବଙ୍ଗାଳୀ ଗୌଡ ଓ ତାଙ୍କ ପତ୍ନୀ ଗାୟତ୍ରୀ ଗୌଡ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଢୁଙ୍କୁଣୀ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପବିତ୍ର ଧର୍ମୀୟ ଭାବନାରେ ସାମାଜିକ, ସାଂସ୍କୃତିକ ଓ ଭାଇଚାରାର ଐକ୍ୟ ଚେତନାକୁ ସମୃଦ୍ଧଶାଳୀ କରିବା ଲକ୍ଷ୍ୟରେ ସମଗ୍ର ଢୁଙ୍କୁଣୀ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ଅବସରରେ ସମଗ୍ର ଢୁଙ୍କୁଣୀ ଗ୍ରାମ ଉତ୍ସବ ମୁଖର ହୋଇପଡିଥିଲା ବେଳେ ଝିଲମିଲ ଆଲୋକ ମାଳାରେ ସମ୍ପୂର୍ଣ୍ଣ ଗ୍ରାମ ସନ୍ଧ୍ୟା ସମୟରେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅବସରରେ କଳସଯାତ୍ରା, ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଟିତ ହୋଇଥିଲା ବେଳେ ଆସନ୍ତାକାଲି ଠାରୁ ବନଯାଗ ବିଧି, ରତ୍ନମୁଦ, ଅଖଣ୍ଡ ନାମଯଜ୍ଞ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ହେବ ବୋଲି ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ ଖାରିଆ ଗ୍ରାମ ପଞ୍ଚାୟତର ଢୁଙ୍କୁଣୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ବିଜୟ କୁମାର ନାହାକ, ରବିନ୍ଦ୍ର ପ୍ରଧାନ, ନିରଂଜନ ବାଡତ୍ୟା, ନାରାୟଣ ନାହାକ, ଗଦାଧର ନାହାକ, ସଂଜୟ ଗୌଡ, ବଳରାମ ନାହାକ, ବନମାଳୀ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଶଙ୍କର ଗୌଡ, ଜୀବନ ପ୍ରଧାନ, ସୁଦାମ ବାଡତ୍ୟା, କୃଷ୍ଣ ନାହାକ, ବସନ୍ତ କୁମାର ଭଂଜ, ନିରଂଜନ ବାଡତ୍ୟା, ବନବାସୀ ନାହାକଙ୍କ ସମେତ ଗ୍ରାମବାସୀ ଓ ଯୁବଗୋଷ୍ଟୀ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଢୁଙ୍କୁଣୀ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ପାଇଁ ରବିବାର କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି ଯଜ୍ଞମଣ୍ଡପ ପ୍ରତିଷ୍ଠା ମହୋତ୍ସବ । ଭକ୍ତିଭାବରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠା ଓ ଭାବାବେଗ ଅବର୍ଣ୍ଣନନୀୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ