ବାଜିମାରିଲେ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ

ଆସିକା (ୱାଇଏନ୍‍ଏସ୍‍) ପ୍ରକାଶ ପାଇସାରିଛି ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଏହି ପରୀକ୍ଷାରେ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାର୍ଥୀ ଏଲ୍‍.ଆଶୁତୋଷ ଆଚାରୀ ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରାକ୍ଷାରେ ଶିକ୍ଷାନୁଷ୍ଠାନ ଟପ୍ପର ହୋଇଥିଲା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଚିରସ୍ମିତା କାମ୍ପ ଟପ୍ପର ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜଣାପଡିଛି । ସମଗ୍ର ଦେଶରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଉତ୍ତୀର୍ଣ୍ଣ ହାର ୯୩.୬୬ ପ୍ରତିଶତ ଥିଲା ବେଳେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୮୮.୩୯ ପ୍ରତିଶତ ରହିଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଟପ୍ପର ବିଦ୍ୟାର୍ଥୀ ଏଲ୍‍.ଆଶୁତୋଷ ଆଚାରୀ ଭବିଷ୍ୟତରେ ଜଣେ ଆଇଏଏସ୍‍ ହେବାକୁ ଲକ୍ଷ୍ୟ ରଖିଥିଲା ବେଳେ ଦ୍ୱାଦଶ ଶ୍ରେଣୀର ଟପ୍ପର ବିଦ୍ୟାର୍ଥୀ ଚିରସ୍ମିତା କାମ୍ପ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି । ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସ୍ତରରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଟପ୍ପର ଓ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବଳରାମ ମହାନ୍ତି, ଶିକ୍ଷକ ଜଗବୀର ସିଂ, ଅଶ୍ୱିନୀ କର୍ମକାର, ରୋଜାଲିନ୍‍ ସାହୁ, ପୂଜା, ଟି.ବଂଶୀମୋହନ କ୍ରିଷ୍ଣା, ରାଜୋବନ୍ତି, ଦେବୀ ପାୟନ ଭଟ୍ଟାଚାର୍ଜୀ, ଅମୀୟ ରଂଜନ ସାମନ୍ତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ