୨୯୨ ଗ୍ରାମ ବ୍ରାଉନ ସୁଗାର ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ
କଟକ, (ଓ୍ବାଇଏନଏସ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଏକ ଟିମ୍ ଚଂଦକା ଅଂଚଳରୁ ଜଣେ ଧଳା ଜହର ବେପାରୀଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଙ୍କ ଠାରୁ ୨୯୨ ଗ୍ରାମ ବ୍ରାଉନ ସୁଗାର ସମେତ PULSAR NH 125 ଗାଡ଼ି ଜବତ କରାଯାଇଛି। ଅଭିଯୁକ୍ତ ଜଣକ ସରୋଜ ପରିଡ଼ା (୨୭) ଗ୍ରାମ ପାଣିଓରା ଥାନା ଚଂଦକା ଵୋଲି ଜଣାପଡିଛି। ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଉକ୍ତ ଚଢ଼ାଉ ରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଆଇ ଆଇ ସି ଧିରେନ କୁମାର ବେହେରା,ଏସ୍ ଆଇ ଦିବ୍ୟଜ୍ୟୋତି ସତ୍ୟ ପ୍ରକାଶ, ଏସ୍ ଆଇ ବିଭୁତି ଭୂଷଣ ପ୍ରଧାନ, ଏ ଏସ ଆଇ କିଶୋର ଚନ୍ଦ୍ର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


