ଅଗ୍ନି ବିପନ୍ନଙ୍କୁ ସହାୟତା କଲା ଚାଚତେଇ ସେବା ସଂଗଠନ
ବନ୍ତ (ଓ୍ବାଇଏନଏସ): ବନ୍ତ ବ୍ଳକ ଅନ୍ତର୍ଗତ ଚାରିଗାଁ ଗ୍ରାମ ପଞ୍ଚାୟତର ଇଟୁଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ମୋହନ ଜେନାଙ୍କ ଘରେ ନିଆଁ ଲାଗି ଚାଳଘରଟି ସମ୍ପୁର୍ଣ୍ଣ ଜଳିଜିବା ସହିତ ଘର ସମସ୍ତ ଆସବାବପତ୍ର ଓ ଜିନିଷ ପତ୍ର ପୋଡିଯାଇଛି l ଏହି ଦୁଃଖଦ ଖବର ଜାଣିବା ପରେ ଉକ୍ତ ପଞ୍ଚାୟତର ଚାରିଗୋଟି ଗାଁକୁ ନେଇ ଗଠନ କରାଯାଇଥିବା ସମାଜ ସେବା ସଂଗଠନ ଚାଚତେଇ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା ରାଶି ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ଏବଂ ପ୍ରଶାସନିକ ସ୍ତରରେ ବିପନ୍ନଙ୍କୁ ତୁରନ୍ତା ସହାୟତାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି । ସଂଗଠନର ଆବାହକ, ଯୋଗଗୁରୁ ତଥା ସମିତିସଭ୍ୟ ଧରଣୀଧର କର, ସଭାପତି ଜୟଦେବ ସାହୁ, ସମ୍ପାଦକ ସୁଦର୍ଶନ ଜେନା, ସଦସ୍ୟ ପ୍ରଶାନ୍ତ ଦାଶ ,ବନମାଳୀ ସାହୁ, ଭୂପେନ୍ଦ୍ର ନାୟକ, ସନାତନ ସେଠୀ, ବସନ୍ତ କର,ଜଗବନ୍ଧୁ ଯେନା, କାହ୍ନୁ କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ସଂଗଠନ ବିପନ୍ନ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ବୃକ୍ଷରୋପଣ ଯୋଗ ଶିବିର ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମରେ ସଫେଇ ଅଭିଯାନ ଭଳି କାର୍ଯ୍ୟକ୍ରମମାନ ଜାରି ରଖିଛନ୍ତି ।


