ରାସ୍ତା ପାଲଟିଛି ମରଣ ଯନ୍ତା: ସମ୍ମୁଖୀନ ହେଉଛନ୍ତି ଚାରି ଖଣ୍ଡ ଗ୍ରାମବାସୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ ବଳଦିଆ ଗ୍ରାମ ଠାରୁ କଞ୍ଜମ ଜୋଡ଼ି ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରେ ଥିବା ରାସ୍ତା ର ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଛି ଯେ ଗ୍ରାମ ବାସୀ ନା ନା ଅସୁବିଧାରେ ସମ୍ମୁଖୀନ ହୋଇ ମରଣ ମୁଖରେ ପଡୁଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ଧରି ଲୋକେ ଅଭିଯୋଗ ପରେ ବି କିଛି ସମାଧାନ ହେବାର ନା ନେଉନଥିବା ରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତା ଦେଇ କେ.ଏସ.ଆର୍ କମ୍ପାନୀ ଏବଂ ରୟାଲ କମ୍ପାନୀର ଭାରିଯାନ ନିୟମିତ ଓଭର ଲଡିଂ କରି ଯିବା ଆସିବା ଫଳରେ ଏଇ ରାସ୍ତା ଏଭଳି ହୋଇ ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତାରୁ ମେଟାଲ ଗୋଡି ବାହାରି ପଡ଼ି ଥିବାରୁ ଏଠାରେ ଖସି ଅନେକ ଗାଡ଼ି ଦୁର୍ଘଟଣା ହୋଇଥିବା ନଜୀର ଅଛି। ଆଖ ପାଖ ଅଞ୍ଚଳରୁ ବାରମ୍ବାର ଦାବୀ ହେବା ପରେ ରାସ୍ତା ରକ୍ଷାଣ ବ୍ୟକ୍ଷଣ ହୋଇଥଲା।କିନ୍ତୁ ଏହି କଂପାନୀ ଗାଡ଼ି ଓଭର ଲୋଡ଼ କରି ମାଲ ବୋହି ନେବା ପରେ ଏମିତି ହୋଇ ଯାଇଥିବା ଗ୍ରାମବାସୀ ନମିତା କୁଲିସିକା ସୁନିତା କାନେ କୃଷୀକା, ମାଣିକ ହୁଇକା, ସାୟୁ ସାରାକା, ଲାଚି କୃଷୀକା, କିରୁ କୃଷୀକା,ରାଜେନ୍ଦ୍ର କୃଷୀକା, ଲିଙ୍ଗରାଜୁ କୃଷୀକା,ବିଶ୍ମୋ ସାରାକା, ସ୍ୟଂଧରମିନିଆକା କମ୍ସିରାଉ କୃଷୀକା, ଟୁଲୁ କୃଷୀକା, କାଣୀପାଇ ଗ୍ରାମର ବିଶ୍ବମ୍ବର ଗୋରାଡ଼ିଆ, ସୁନିଲ୍ ଗାଣ୍ଟା , ନିରଞ୍ଜନ ଭିବର,ଚାଚେରୀ କାଡ୍ରାକା କହିଛନ୍ତି। ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି। ତେବେ ପ୍ରସାସନ ଓ କମ୍ପାନୀ ମରାମତି କରିବା ପାଇଁ ଚାରି ଗ୍ରାମବାସୀ ଦାବୀ କରିଛନ୍ତି।


