ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ କବୀର କୁମାର ଜେନାଙ୍କୁ ଚଲାପଥ ସମ୍ମାନ
ଭୁବନେଶ୍ୱର (ୟୁଏନ୍ଏସ୍): ଚଲାପଥର ଏକାବନ ତମ ବର୍ଷ ହୀରକ ଜୟନ୍ତୀ ପ୍ରାରମ୍ଭ ମହୋତ୍ସବରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ ବିଶିଷ୍ଟ ସମାଜସେବୀ କବୀର କୁମାର ଜେନାଙ୍କୁ ଚଲାପଥ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ଏହିତ୍ତଉତ୍ସବରେ ପ୍ରତିଷ୍ଠାତା ସମ୍ପାଦକ ବରିଷ୍ଠ ସାମ୍ବାଦିକ ହଳଧର ଧୀର, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ମୁଖ୍ୟ ଅତିଥି ପ୍ରାକ୍ତନ ବରିଷ୍ଠ ପ୍ରଶାସକ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସିନେ ଅଭିନେତା ସନ୍ତୋଷ କୁମାର ମିଶ୍ର, ବାଙ୍ଗାଲୋର ପ୍ରବାସୀ ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ସଂଘର ପ୍ରତିଷ୍ଠାତା ତଥା ନିୟୁଜ ସେଭେନ ଦକ୍ଷିଣ ଭାରତୀୟ ମୁଖ୍ୟ ସାମ୍ବାଦିକ ରଂଜନ କୁମାର ଅଚାର୍ଯ୍ୟ, ମାନବ ଅଧିକାର ଆୟୋଗ ନିଆଦିଲ୍ଲୀ କୋର ଗ୍ରୁପ ସଦସ୍ୟ ମନୋଜ କୁମାର ଜେନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସରୋଜ କୁମାର ଶତପଥି, ପ୍ରଫେସର ଡକ୍ଟର ନୃସିଂହ ଚରଣ ସାହୁ, ପ୍ରଫେସର ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା, ଗୀତାଞ୍ଜଳି ମହାନ୍ତି, ଭୁବନ ମୋହନ ମହାନ୍ତି, ବୀଣାପାଣି ଚୌଧୁରୀ, ମଧୁସ୍ମିତା ଶା, ଅଧାପିକା ଗୀତାଞ୍ଜଳି ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।