ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼

କେନ୍ଦ୍ରାପଡ଼ା (ୟୁଏନ୍ଏସ୍): ପବିତ୍ର ଉତ୍କଳ ଦିବସରୁ ଆରମ୍ଭ ହୋଇ ଓଡିଆ ନୂଆବର୍ଷର ପ୍ରଥମ ଦିବସ ଅର୍ଥାତ ପଣାସଂକ୍ରାନ୍ତୀ ପର୍ଯ୍ୟନ୍ତ ପାଳିତ ହେଉଥିବା ପକ୍ଷର ପଞ୍ଚମ ଦିବସ ଶନିବାର ସକାଳେ ଏକ ବିରାଟ ଗଣଦୌଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଗଣଦୈାଡ ସକାଳ ୬ଟାରୁ ଆରମ୍ଭ ହୋଇ ସାଢେ ୭ଟାରେ ସମାହିତ ହୋଇଥିଲା। ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆ ବସଷ୍ଟାଣ୍ଡ, ବାଇପାସ ରାସ୍ତା, କଚେରି ରୋଡ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ଏହାପରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଗଣଦୈାଡର ଉଦେଶ୍ୟ ବର୍ଣ୍ଣନା କରି ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସାହିତ୍ୟ ସଂସଦ ସଭାପତି କରୁଣାକର ଦାସ ଏହାର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ। ଏହି ଗଣଦୈାଡରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ କ୍ରୀଡା ଅନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା କ୍ରୀଢା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ