ଚମ୍ପୁଆ ଉପଖଣ୍ଡସ୍ତରୀୟ ମେଧାଅନେଷ୍ବଣ ପ୍ରତିଯୋଗିତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଅସନପାଟ ସ୍ଥିତ ବିଜେଏସ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚମ୍ପୁଆ ଉପଖଣ୍ଡସ୍ତରୀୟ ମେଧାଅନେଷ୍ବଣ ପ୍ରତିଯୋଗିତା ବିଜେଏସ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବଘନ ନାଏକ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଧା ଅନେଷ୍ବଣ ପ୍ରତି ପ୍ରତିଯୋଗିତା ରେ ଉପଖଣ୍ଡ ର ୪୦ ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ରୁ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମେଧା ଅନେଷ୍ବଣ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ଶିକ୍ଷକ ଲଳିତ ମୋହନ ମହାନ୍ତ, କେଦାର ମଲ୍ଲିକ, କମଳାକାନ୍ତ ମହାନ୍ତ, ସୁମିତା ହାଁସଦା, ମାନଗୋବିନ୍ଦ ମହାନ୍ତ, କର୍ମୁ ଦାସ, ଲକ୍ଷ୍ମଣ କୁମାର ମହାନ୍ତ, ବିଶ୍ବଜିତ ନାଏକ, ଗୁରୁ ଚରଣ ନାଏକ, ସୁମନ୍ତ କୁମାର ଭୋଇ ପ୍ରମୁଖ। ଛାତ୍ର ଛାତ୍ରୀ ମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଜ୍ଞାନ କୁ ପରିପ୍ରକାଶ କରିବା ନିମନ୍ତେ ଏହି ସାଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ମେଧା ଅନେଷ୍ବଣ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଛନ୍ତି ଦଶମ ଶ୍ରେଣୀ ରୁ ମୁକ୍ତେଶ୍ଵର ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨ ର ସ୍ଥାନରେ ଘନସ୍ମିତା ମୁଣ୍ଡା, ୩ୟ ସ୍ଥାନ ଅଧିକାର କରିଛନ୍ତି ଚୈତନ୍ୟ ମହାନ୍ତ। ସେହିପରି ନବମ ଶ୍ରେଣୀରୁ ସ୍ଥାନ ଅଧିକାର କରିଛନ୍ତି ବର୍ଷା ରାଣୀ ମହାନ୍ତ ୨ ୟ ସ୍ଥାନ ଅଧିକାର କରିଛନ୍ତି ଏପ୍ରିଲ ନାଏକ, ୩ ର ସ୍ଥାନ କଲ୍ୟାଣୀ ମହାନ୍ତ। ଅଷ୍ଟମ ଶ୍ରେଣୀରେ ପିକେଶ୍ବର ମହାରଣା, ସ୍ମିତିକା ଦାସ, ଲଳିତ ମହାରଣା। ସପ୍ତମ ଶ୍ରେଣୀରେ ସଂଯୁକ୍ତା ଲହାର, ସତ୍ୟଶିବ ମହାନ୍ତ, ଲୋପାମୁଦ୍ରା ମହାନ୍ତ। ଷଷ୍ଠ ଶ୍ରେଣୀରେ ଝରଣାରାଣୀ ମହାନ୍ତ, ବିସ୍ମୟ ରଞ୍ଜନ ମହାନ୍ତ, ସୁମନ କୁମାର ବାରିକ। ପଞ୍ଚମ ଶ୍ରେଣୀ ରୁ ମେହେକ ପ୍ରିୟଦର୍ଶିନୀ ସଏ, ରୁକ୍ମଣୀ ନାଏକ, ଆଶୁତୋଷ ଗିରି । ଚତୁର୍ଥ ଶ୍ରେଣୀରୁ ଅଜୁର୍ନ ନାଏକ, ବିଶେଶ୍ବରୀ ମହାନ୍ତ, ବିଭୂତି ନାଏକ କୃତିତ୍ୱ ଅର୍ଜୁନ ଲାଭ କରିଛନ୍ତି। ଏହି ମେଧା ଅନେଷ୍ବଣ ପ୍ରତିଯୋଗିତା କୁ ଆୟୋଜନ କରିଥିଲେ ସାମ୍ବାଦିକ ଗଜେନ୍ଦ୍ର ମାଝୀ, ଜେଠୁରାମ ମହାକୁଡ଼, ହରିଶ୍ଚନ୍ଦ୍ର ମହାନ୍ତ ପ୍ରମୁଖ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ