ଚନ୍ଦ୍ରଗିରି ମଣ୍ଡଳ ବିଜେପି ବୈଠକ
ମୋହନା (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ମଣ୍ଡଳ ବିଜେପିର ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଯୁବକ ସଂଘ କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜେପିର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି l ଚନ୍ଦ୍ରଗିରି ମଣ୍ଡଳରେ ଥିବା ସମସ୍ତ ବୁଥ ସ୍ତରୀୟ କମିଟି ଗଠନ, ସରକାରୀ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତଥା ବିଜେପି ସରକାରର ସଫଳତା ଓ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି l ଏହି ବୈଠକରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡ଼ନାୟକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ରମାରମଣ କାର୍ଜି, ଯୁବନେତା ମାନସ ରଞ୍ଜନ ପଟନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ସନ୍ତୋଷ ପାଇକ, ଶୁକ୍ଳ ମଣ୍ଡଳ, ସମ୍ପାଦକ ବାଳକୃଷ୍ଣ ବାଗରାଜ, ଉପ ସଭାପତି ରଇବାରିଆ ଶବର,କୋଷାଧକ୍ଷ ନିତ୍ୟାନନ୍ଦ ଦଳାଇ, ଓବିଶି ମୋର୍ଚ୍ଚା ସଭାପତି ମନୋରଞ୍ଜନ ରତ୍ନ ବିଷୋୟୀ, ଏସସି ମୋର୍ଚ୍ଚା ସଭାପତି ପ୍ରଫୁଲ ବେହେରା, ଏସଟି ମୋର୍ଚ୍ଚା ସଭାପତି ପ୍ରକାଶ ଶବର, କୃଷକ ମୋର୍ଚ୍ଚାର ବିଷ୍ଣୁନାଥ ନାୟକ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଲଳିତା ଶବର ଙ୍କ ସହ ବହୁ କର୍ମୀ ଯୋଗଦେଇଥିଲେ l


