ପ୍ରେମ ସମ୍ପର୍କ ପରେ ପ୍ରତାରଣା :ପ୍ରେମିକନାଁରେ ପ୍ରେମିକାର ଅଭିଯୋଗ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଏକ ୧୭ବର୍ଷୀୟ ନାବାଳିକା କୁ ରଙ୍ଗ ନମ୍ବର ରେ କଲ କରି ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ନେଇ କାକଟପୁର ଥାନାରେ ନାବାଳିକା ଜଣକ ଅଭିଯୋଗ କରିଛନ୍ତି।
ଖବର ମୁତାବକ ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳର ଜଣେ ୧୭ବର୍ଷୀୟ ନାବାଳିକା କୁ ଏକ ରଙ୍ଗ ନମ୍ବରରୁ କାକଟପୁର ଥାନା ଅଂଚଳର ଯୁବକ ଜଣକ ବାରମ୍ବାର ବାରମ୍ବାର ପ୍ରଲୋଭନ ଦେଖାଇ ଫୋନ କରିବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନାବାଳିକା ଜଣକ ଅରାଜି ହେବାରୁ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଫୋନରେ କହିବାରୁ ନାବାଳିକା ଜଣକ ଯୁବକଙ୍କୁ ଭଲ ପାଈଁ ବସିଥିଲେ। ଏହାର ସୁଯୋଗ ନେଇ ବିଭିନ୍ନ ସମୟରେ ବିଭିନ୍ନ ଜାଗାକୁ ନେଇ ନାବାଳିକା ଅନିଚ୍ଛା ସତ୍ୱେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ନାବାଳିକା ଜଣକ ରାଜି ନ ହେବାରୁ ଅଶ୍ଳୀଳ ଫଟୋ ଭାଇରଲ କରିଦେବେ ବୋଲି ଧମକ ଦେଉଛନ୍ତି। କିନ୍ତୁ ବିଡ଼ମ୍ବନା ବିଷୟ ଅଗଷ୍ଟ ୩୧ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ମଙ୍ଗଳା ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ନାବାଳିକା ଓ ସାଙ୍ଗ କୁ ଉକ୍ତ ଯୁବକ ଜଣକ କନ୍ଦଳପୁର ରାସ୍ତାରେ ଗାଡି ଲଗାଇ ଜୋରଜବରଦସ୍ତ ଉଠାଇ ନେବା ପାଈଁ ଭିଡା ଓଟରା କରିଥିଲେ। ଯାହା ଫଳରେ ନାବାଳିକା ଟିର ଡ୍ରେସ କିଛି ମାତ୍ରାରେ ଚିରିଯାଇଥିଲା। କିନ୍ତୁ ନାବାଳିକା ଓ ସାଙ୍ଗ କୁ ପ୍ରେମିକ ସାଜିଥିବା ଯୁବକ ମାଡ଼ ମାରିବାରୁ ଦୁଇ ଝିଅ ଚିତ୍କାର କରିଥିଲେ। ଘଟଣା ସ୍ଥଳରେ କିଛି ଲୋକ ଉଦ୍ଧାର କରିଥିଲେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଦୁଇ ଝିଅ ସନ୍ଧ୍ୟା ରେ ଏଭଳି ଆକ୍ରମଣ ଶିକାର ଜାଣିବା ପରେ ପୋଲିସ ସହାୟତା ଜରୁରୀ କାଳୀନ ନମ୍ବର ୧୧୨କୁ ଯୋଗାଯୋଗ କରିଥିଲେ ସମାଜସେବୀ କିନ୍ତୁ ପୋଲିସ ପହଂଚି ନଥିଲା। ଏ ଘଟଣା କୁ ନେଇ ସୋମବାର ସନ୍ଧ୍ୟା ସମୟରେ ନାବାଳିକା ଜଣକ କାକଟପୁର ଥାନାରେ ଯୁବକ ଙ୍କ ନାମରେ ଅଭିଯୋଗ ଦେଇଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ କାକଟପୁର ଥାନା ଅଧିକାରୀ ବସନ୍ତ ସାହୁ ଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।