ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନ ଅଧ୍ୟକ୍ଷ ଡ. ଗିରିଧର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ମୁଖ୍ୟ ଡ. ଇ. ରବିନାରାୟଣ ପାତ୍ର ଏବଂ ଅଧ୍ୟାପକ ଡ. ସଂଜୀବ କୁମାର ଦାଶ ମଞ୍ଚାସୀନ ଥିଲେ, ପାଠଚକ୍ର ସନ୍ଦର୍ଭ ଏଭର ୱାଟର୍ ହାର୍ଭେଷ୍ଟିଙ୍ଗ୍ ୟୁଜିଙ୍ଗ୍ ଏମ୍.ଓ.ଏଫ୍ ଶୀର୍ଷକକୁ ଶେଷ ବାର୍ଷିକ ଛାତ୍ର ଅଂଶୁମାନ ମିଶ୍ର ପାଠ କରିଥିଲେ, ବର୍ତ୍ତମାନ ସମୟରେ ପ୍ରାକୃତିକ ବିପର୍ଯୟ ସମୟରେ ଜଳର ଆବଶ୍ୟକତାକୁ ଏହା ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ, ପାଠଚକ୍ର ସମ୍ପାଦିକା ଗାୟତ୍ରୀ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜକିଶୋର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ, ତପନ ତ୍ରିପାଠୀଙ୍କ ସମେତ ରସାୟନ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ