ଛେନାପଦି କଲେଜ ଛକ ଲଷ୍ମୀପୂଜା ଭସାଣି
ହାଟଡିହି(ଓ୍ବାଇଏନଏସ): ଛେନାପଦି କଲେଜ ଛକ ପୂଜା କମିଟି ପକ୍ଷରୁ ଚାଲିଥିବା ଲଷ୍ମୀପୂଜା ଶେଷ ହୋଇଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପରେ ରବିବାର ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇ ଥିଲା। ଆଜି ଏହାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟି ସଦସ୍ୟ ନିରାକାର ପାତ୍ର. ଅନାମ ରାଉତ.. ମଧୁ, ସାହୁ ,ନିରାକାର ରାଉତ ,ନାରୁ ସାହୁ,ବାଦଲ ରାଉତ, କାର୍ତ୍ତିକ ରଣା,ଚଗୁଲୁ ଦେବତା, ଅକ୍ଷୟ ଜେନା, ମାନସ ବେହେରା,ନାଲୃଆ ଯେନା,ଜଜ ରଥ, ସନ୍ତୋଷ ସାଙ୍କ ସମେତ ଅନେକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ମେଢ଼ ପରିକ୍ରମା କରାଇବା ପରେ ଲଷ୍ମୀ ପ୍ରତିମା କୁ ବିସର୍ଜନ ଦେଇଥିଲେ।