ଆଶ୍ୱିନ ମାସ ମଙ୍ଗଳବାର ପାଇଁ ଛତ୍ରପୁର ସହର ଚଳ ଚଞ୍ଚଳ : ସବୁଠି ଚାଲିଛି ମା ମଙ୍ଗଳାଙ୍କ ପୂଜାର୍ଚନା

ଛତ୍ରପୁର (ଓ୍ବାଇଏନଏସ) : ପାର୍ବଣ ଋତୁ ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖାଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳି ଚହଳି ହେଉଥିବା ଦେଖିବାକୁ ମିଳିଛି l ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏବଂ ଆଖ ପାଖ ଅଂଚଳରେ ଥିବା ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା ଙ୍କ ନବରାତ୍ର ପୂଜା ଧୂମଧାମ ରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ପାଇଁ ସଜବାଜ ହେଲେଣି l ଅନ୍ୟପଟେ ଆଶ୍ୱିନ ମାସ ମଙ୍ଗଳବାର ପାଇଁ ବିଭିନ୍ନ ସାହି ଗଳି କନ୍ଦିରେ ମହିଳା ମାନେ ମା ମଙ୍ଗଳା ଙ୍କ ପୂଜା ଧୂମଧାମ ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି l ଛତ୍ରପୁର ସହରର ଭାସ୍କର ରାଓ ପେଟା ସାହିରେ ୧୯୭୭ ମସିହା ଠାରୁ ମହିଳା ମାନେ ମା ମଙ୍ଗଳା ଙ୍କ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି l ଦୀର୍ଘ ବର୍ଷ ଧରି ଏହି ପରମ୍ପରା ସେମାନେ ବଜାୟ ରଖିବା ସହିତ ଶ୍ରଦ୍ଧାଳୁ ମାନେ ଏହି ପୂଜାରେ ଯୋଗ ଦେଇ ମା ମଙ୍ଗଳା ଙ୍କ ପୂଜାର୍ଚନା କରୁଛନ୍ତି l କର୍ତ୍ତା ଓ ପୂଜାରୀ ଭାବେ ପି. ମାଧବ ରେଡ୍ଡୀ ଏହି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଚନ୍ଦନ କୁମାର ସାହୁ ସାଜସଜ୍ଜା କରିଛନ୍ତି l    ପି ପଦ୍ମା ରେଡ୍ଡୀ ଓ ଜି. ମୀନା ଙ୍କ ସମେତ ପରିବାର, ସମ୍ପର୍କୀୟ  ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ମାନେ ସହଯୋଗ କରିଥିଲେ l ଆଶ୍ୱିନ ମାସର ୫ ପାଳି ଏହି ପୂଜା କରାଯାଉଥିବା ବେଳେ ଗତମାସ ୯ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଆଜି ଏହାର ତୃତୀୟ ପାଳି ପୂଜା ଅବସରରେ ବିଭିନ୍ନ ପ୍ରକାର ଫଳ ପୁଷ୍ପ ଆଦି ମହକରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା l ବିଭିନ୍ନ ପ୍ରକାର ମାନସିକ ନେଇ ଶ୍ରଦ୍ଧାଳୁ ମାନେ ଏହି ପୂଜା କରି ମା ମଙ୍ଗଳା ଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ