କାନସୁକା ୟୁ.ପି.ସ୍କୁଲରେ ପୋଷାକ ବଣ୍ଟନ ମେଳା
ବୁଗୁଡା, (ଓ୍ବାଇଏନଏସ) : ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୨୩ ତାରିଖ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏସଏମଏସ ଅଧ୍ୟକ୍ଷା ପ୍ରମିଳା ବିଷୋୟୀ ଓ ସିଆରସିସି ଦିଲ୍ଲୀପ କୁମାର ବେହେରା, ଏସଏମସି ସଦସ୍ୟା ଛବିତା ସାହୁ, ଚନ୍ଦନା ଦାଶ, ସବିତା ଦାଶ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେବାସହ ସେମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସିନୁ ପାତ୍ର, ବିନାୟକ ନାୟକ, ଡି.ବାସୁଦେବ ଦୋରା, ପ୍ରଶାନ୍ତ ରଥ ଓ ଏ.ସତ୍ୟନାରାୟଣ ରାଓ ଏବଂ ସହକାରୀ ଶିକ୍ଷୟିତ୍ରୀ ରଚିତା ହାତୀ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟା ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


