ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଛତ୍ରପୁର ବିଧାୟକଙ୍କ ଫେରାଦ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଫେରାଦ ଜଣାଇଛନ୍ତି l ଛତ୍ରପୁରବାସୀଙ୍କବହୁଦିନରଦାବି ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ର ଛତ୍ରପୁର ରେଳଷ୍ଟେସନରେ ରହଣି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ଗଞ୍ଜାମ ବ୍ଲକରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଦୃଢ଼ ଭାବରେ ଦାବି ଉପସ୍ଥାପନ କରାଯାଇଛି। ଏହି ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ କେନ୍ଦ୍ରୀୟ ମାନଦଣ୍ଡର ଶିକ୍ଷା ପାଇବେ, ଯାହା ଭବିଷ୍ୟତ ଗଢ଼ିବାରେ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିବ। ଏହି ଦୁଇଟି ଦାବି ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ସାମଗ୍ରିକ ବିକାଶ, ଶିକ୍ଷା ଓ ଯାତାୟାତ ସୁବିଧାକୁ ନୂତନ ଦିଗ ଦେବ ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ବିଧାୟକ ଶ୍ରୀ ନାୟକ ନିବେଦନ କରିଛନ୍ତି l


