ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତିର ଅନୁଧ୍ୟାନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଓ୍ବାଇଏନଏସ):  ସମ୍ଭାବ୍ୟ ବାତ୍ୟା  ମୋନ୍ଥା ମୁକାବିଲା ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପୂର୍ବ ପ୍ରସ୍ତୁତି ର ଅନୁଧ୍ୟାନ କରିଛନ୍ତି। ବିଧାୟକ ଶ୍ରୀ ନାୟକ  ଆଜି ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୁଆଗାଁ ପଂଚାୟତ ରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ବୁଲି ଦେଖିଛନ୍ତି, ଏହା ସହିତ ସମୁଦ୍ରକୂଳରେ ପହଁଚି ମତ୍ସ୍ୟଜୀବି ମାନଙ୍କୁ ସଚେତନତା କରାଇଛନ୍ତି,   ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଆବଶ୍ୟକ ସରଞ୍ଜାମ ଏବଂ ଖାଦ୍ୟ ର ବ୍ୟବସ୍ଥା ଅଛି ତାହାର ଅନୁଧ୍ୟାନ କରିଛନ୍ତି,  ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରାଯିବ ତାହା ଉପରେ ମଧ୍ୟ ବିଧାୟକ  ଉପସ୍ଥିତ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ,  ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍‌ସନ୍‌, ଓଆରଏସ୍‌ଏସ୍ ରଖିବା ସହ ପଶୁମାନଙ୍କ ପାଇଁ  ଗୋ-ଖାଦ୍ୟ ମହଜୁଦ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ।   ଆସନ୍ନ ପ୍ରସବ ମହିଳାମାନଙ୍କୁ ଜରୁରିକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ନେବା ପାଇଁ କୁହାଯାଇଛି। ବାତ୍ୟା ସମୟରେ ସମସ୍ତ ପ୍ରକାର ସୁବିଧା ଜନସାଧାରଣଙ୍କୁ  ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ନାୟକ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାଜିତ ସାହୁ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ