ଆନ୍ତଃ ମହାବିଦ୍ୟାଳୟ ବ୍ୟାଡ୍ମିଂଟନ ପ୍ରତିଯୋଗିତାରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଉପବିଜେତା
ଛତ୍ରପୁର, (ଓ୍ବାଇଏନଏସ): ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ବ୍ୟାଡ୍ ମିଂଟନ ପ୍ରତିଯୋଗିତାରେ ଫାଇନାଲ ଖେଳରେ ବ୍ରହ୍ମପୁର ଇମ୍ପାରିଆଲ୍ କଲେଜ ଠାରୁ ପରାଜିତ ହୋଇ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଉପବିଜେତା ହାସଲ କରିଛି । ଅମ୍ରିତ ଅଭିଳାଷଙ୍କ ନେତୃତ୍ୱରେ ପ୍ରିୟବ୍ରତ ରଥ, ଜ୍ଞାନେନ୍ଦ୍ର ମହାପାତ୍ର, ଶଙ୍କର୍ଷଣ ଓ ଲିଟୁ ରାଉଳଙ୍କ ନେଇ ଖେଳୁଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦଳ ସୋରଡା, ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ଖେମୁଣ୍ଡି ମହାବିଦ୍ୟାଳୟ ଓ ଦିଗପହଣ୍ଡି ମହାବିଦ୍ୟାଳୟକୁ ପରାଜିତ କରି ଫାଇନାଲ ଖେଳରେ ପ୍ରବେଶ କରିଥିଲା । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଦଳ ଉପବିଜେତା ହେଲେ ମଧ୍ୟ ଖେଳାଳୀମାନେ ଯେଉଁ ପ୍ରଦର୍ଶନ ଦେଖାଇଥିଲେ ସମସ୍ତ ମହାବିଦ୍ୟାଳୟ ପକ୍ଷରୁ ଖେଳାଳୀମାନଙ୍କୁ ପ୍ରଶଂସା କରାଯାଇଥିଲା । ଦଳର ଏହି ସଫଳତାକୁ ସମସ୍ତ ଖେଳାଳୀଙ୍କୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ, କ୍ରୀଡା ସଂସଦ ଉପସଭାପତି ଅଜିତ୍ କୁମାର ସେଠୀ, ପରିଚାଳକ ସୁରଜ କୁମାର ଗଉଡ ସାଧୁବାଦ ଜଣାଇଛନ୍ତି ।


