ନିଜ ଜନ୍ମମାଟି ରାଇକଳା ଗାଁ ରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳା ଗାଁ ରେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣ ରେ ନାଚି ନାଚି ଆନନ୍ଦ ଉଲ୍ଲାସ ରେ ଦୀପାବଳି ପାଳନ କଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ଘରେ ରାଇକଳା ରେ ପହଂଚିଥିଲେ। ଏଠାରେ ତାଙ୍କୁ ଭବ୍ୟ ସମ୍ବର୍ଦନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସେ ଘରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ପରେ ଗାଁ ମୁଣ୍ଡ ରେ କୁଡୁମି ଓ ସାନ୍ତାଳ ସମ୍ପ୍ରଦାୟ ର ଗୋଠ ପୂଜା ରେ ସାମିଲ ହୋଇଥିଲେ। ଏହା ପରେ ଏଠାରେ ବେଶ କିଛି ସମୟ ଧରି ବାଣ ଫୁଟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାର ସବୁଜ ବାଣ ରେ ଝଲସି ଉଠିଥିଲା ପୁରା ପରିବେଶ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ମିଶି ନିଜେ ମାଦଳ ବଜାଇ ଲୋକଙ୍କ ସହିତ ମାଦଳ ତାଳେ ତାଳେ ଦୀପାବଳି ର ବେଶ ଆନନ୍ଦ ଉଠାଇଛନ୍ତି। ଯାହା ଉପସ୍ଥିତଦର୍ଶକମାନଙ୍କୁଖୁବଅମୋଦିତ କରିଛି।