ଏକତା ପାଇଁ ଦୌଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୀଳଗିରି (ଓ୍ବାଇଏନଏସ):-  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କର କମଳରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରା ଦୀର୍ଘ ୧୦ କି.ମି. ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପାଇଁ ଦୌଡ଼ର ଶୁଭ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ରୁ ହେଲିକପ୍ଟର ଯୋଗେ ଗସ୍ତ ରେ ଆସି ନୀଳଗିରି ମହାବିଦ୍ୟାଳୟ ଠାରେ ନିର୍ମିତ ଅସ୍ଥାୟୀ ହେଲିପେଡରେ  ଅବତରଣ ପରେ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପରେ ଏକତା ପାଇଁ ଦୌଡ଼ ଆୟୋଜିତ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ପଡିଆରେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ଗହଣରେ ପହଞ୍ଚିଥିଲେ।ଏହି ଐତିହାସିକ କାର୍ଯ୍ୟକ୍ରମ ଶୁଭାରମ୍ଭ ଦିବସରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ର ମାନ୍ୟବର  ସାଂସଦଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ମାନ୍ୟବର ସଦର ବାଲେଶ୍ଵର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବଡ଼ସାହି ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି, ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ରାଜ୍ୟ ମହିଳା କମିଶନର ଶ୍ରୀମତୀ ଶୋଭନା ମହାନ୍ତି, ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ବୁଦ୍ଧିଜୀବି ଡ଼ା.ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ମଞ୍ଚାସିନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମେତ ସମସ୍ତ ବରେଣ୍ୟ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଧୂପ ଦୀପ ଜଳାଇବା ସଙ୍ଗେ ସଙ୍ଗେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ଉତ୍ସବରେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୀବନୀ ,ଦର୍ଶନ ଏବଂ ରାଷ୍ଟ୍ର ନିର୍ମାଣର ପୁରୋଧା ସଂପର୍କରେ ଆଲୋକପାତ କରିଥିଲେ। ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ଇତିହାସ ସଂପର୍କରେ ସ୍ମୃତି ଚାରଣ କରିବା ସହିତ ୫୬୫ ଗଡ଼ଜାତ ମଧ୍ୟରୁ ସର୍ବାଗ୍ରେ ନୀଳଗିରି ଭାରତ ବର୍ଷରେ ମିଶ୍ରଣ କରିବାରେ ଲୌହ ମାନବ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନୀଳଗିରିର ମର୍ଯ୍ୟାଦା ପାଇଁ ଆଇ. ଏନ.ଏସ.ନୀଳଗିରି ନାମରେ ଯୁଦ୍ଧ ଜାହାଜ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ।ଆଜିର ଏହି ପଦଯାତ୍ରାର ଶୁଭାରମ୍ଭ ନିମନ୍ତେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ କି ଏକତା ପାଇଁ ଦୌଡ ବା ପଦଯାତ୍ରା ସାଧାରଣ ପଦଯାତ୍ରା ନୁହେଁ ।ଏହା ସମସ୍ତ ଭାରତୀୟଙ୍କ ଜାତୀୟତା ବୋଧର ପ୍ରତୀକ,ଦେଶକୁ ଅଖଣ୍ଡ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ।ଆଜି ନୀଳଗିରି ର ଭୌଗୋଳିକ ଅବସ୍ଥିତି ଜନଶକ୍ତି ର ଆଧାର ଜନଚେତନର ସ୍ପନ୍ଦନ।ନୀଳଗିରି ପ୍ରଜା ଆନ୍ଦୋଳନ ର ଇତିହାସ, ବ୍ରିଟିଶ ଶାସକଙ୍କ ଅନ୍ୟାୟ,ଅତ୍ୟାଚାର, ଶୋଷଣ ବିରୋଧ ରେ ଆନ୍ଦୋଳନ ରେ ସମୂହ ସଙ୍ଗବୋଧ ସଂଗ୍ରାମ ସଂପର୍କରେ ଏକତା ର ଗାଥା ବହନ କରିଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ନୀଳଗିରି ପ୍ରଜା ଆନ୍ଦୋଳନ କେବଳ ପ୍ରଜା ଆତ୍ମ ସମ୍ମାନ,ମର୍ଯ୍ୟାଦା ଏବଂ ଲୋକତନ୍ତ୍ର ଚେତନା ର ବିଜୟ ଥିଲା।ଆଜିର ଏହି ପଦଯାତ୍ରା ଆମକୁ ଭିନ୍ନତା ରେ ଏକତା ସନ୍ଦେଶ ,ଜାତି,ଧର୍ମ,ବର୍ଣ୍ଣ,ଭାଷା ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ।ଏକତା ଅମର ଶକ୍ତି । ଯୋଷଶ୍ଵୀ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ମନ୍ତ୍ର ଦେଶର ଚାରି ବର୍ଗ କୃଷକ,ମହିଳା,ଗରିବ ଏବଂ ଯୁବ ଙ୍କ ମଧ୍ୟରେ ଯୁବ ବର୍ଗ ଙ୍କ ସ୍ଥାନ  ସ୍ୱତନ୍ତ୍ର । ମୋଦୀ ଜୀଙ୍କ ଭାବନାକୁ ସମ୍ମାନ ପୂର୍ବକ ପରିକଳ୍ପନା କାର୍ଯ୍ୟକାରୀ କରିବାକୁ ସତତ୍ ପ୍ରୟାସ ରହିଛି ଏଣୁ ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନାଗରିକତାର ଶପଥ ପାଠ କରାଇଥିଲେ,ଆମେ ସମସ୍ତେ ମିଳିମିଶି ସଂଘ ବଦ୍ଧ ହୋଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢିବାରେ ସଜାଗ ହେବା ବୋଲି ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ନିଜ ବକ୍ତବ୍ୟରେ କହିଥିଲେ କି ଆଜି ଆମେ ବିଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଜ୍ଞାନ ,ଯୁବ ସମାଜ ଦେଶ ଗଢିବାରେ ଅଗ୍ରଣୀ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ବୋଲି ମତବ୍ୟକ୍ତ କରିଥିଲେ।ପରି ଶେଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସମସ୍ତଙ୍କ କାର୍ଯ୍ୟକ୍ରମ ସଫଳତା ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପଦଯାତ୍ରା ଶୁଭ ଉଦ୍ଘାଟନ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀଳଗିରି ଠାରୁ ମିତ୍ରପୂର୍ ପର୍ୟ୍ୟନ୍ତ ଦୀର୍ଘ ୯ କି. ମି.ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ପଦଯାତ୍ରାରେ ସହସ୍ରାଧିକ  ଛାତ୍ର ଛାତ୍ରୀ, ଯୁବ ବର୍ଗ, ସାଧାରଣ ଜନତା ,ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୧୦୦ ମିଟର ଲମ୍ବ ର ଜାତୀୟ ପତାକାର ଶୋଭା ବର୍ଦ୍ଧନ କରିଥିଲା। ଏହି କାର୍ଯ୍ୟକ୍ରମକୁ ମିତ୍ରପୁର୍ ପର୍ଯ୍ୟନ୍ତ ଆୟୋଜିତ ପଥ ରେ ଧୋବ ଶିଳା, କେନ୍ଦୁଖୁଣ୍ଟା ଏବଂ ମିତ୍ରପୂର ଠାରେ ସମାପନ ହୋଇଥିଲା। ଉକ୍ତ ସମାପନ ଉତ୍ସବ ସ୍ଥଳରେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ମାନ୍ୟବର ବଡ଼ସାହି ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି, ବରିଷ୍ଠ ବୁଦ୍ଧିଜୀବି ଶ୍ରୀଯୁକ୍ତ ବେହେରା, ଡ଼ା.ଶ୍ରୀଯୁକ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ଉପସ୍ଥିତ ସମସ୍ତଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ଆଲୋକପାତ କରିବା ସହିତ ସମଗ୍ର ରାଷ୍ଟ୍ରର ସଂସଦୀୟ କ୍ଷେତ୍ର ମାନଙ୍କରେ ଏହି ଭଳି ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି ଏବଂ ବାଲେଶ୍ୱର ଜିଲ୍ଲାରେ ଅନ୍ୟ ଦୁଇ ଗୋଟି ସ୍ଥାନରେ ଆୟୋଜନ ହେବାର ସିଦ୍ଧାନ୍ତ ସଂପର୍କରେ ଅବଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ