ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ଧର୍ମଘଟ

ହାଟଡିହି ,(ଓ୍ବାଇଏନଏସ): ଠିକ୍ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍‌ର ଚାଳକ ସଂଘର ସଦସ୍ୟମାନେ ମଙ୍ଗଳବାର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କେନ୍ଦୁଝର ଜିଲ୍ଲାର ସାତୋଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ପ୍ରଭାବିତ ହୋଇଛି। ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚାଳକମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ସଠିକ ସମୟରେ ଦରମା ମିଳୁନି। ପୂର୍ବରୁ ପ୍ରତିମାସ ଦଶ ତାରିଖରେ ଦରମା ଦେବାକୁ କୁହା ଯାଇଥିଲା। କିନ୍ତୁ ଏବେ କୌଣସି ନିର୍ଦିଷ୍ଟ ଦିନ ଧାର୍ଯ୍ୟ ହେଉନି। ମନ ଇଛା ଦରମା ଦେଉଛନ୍ତି। ଚାଳକ ମାନେ ଗରିବ ଶ୍ରେଣୀର ହୋଇ ଥିବାରୁ ଧାର କରଜ କରି ପରିବାର ଚଳାଉ ଥିବା ବେଳେ ଧାର ସୁଝି ବାରେ ନାନା ଅସୁବିଧା ଭୋଗୁଛନ୍ତି। ଏସଏସଜି ଗ୍ରୁପ ମାଧ୍ୟମରେ ଆଣିଥିବା ଋଣ ଶୁଝିବାରେ ମଧ୍ୟ ସମସ୍ୟା ଭୋଗୁଛନ୍ତି। ସେହିପରି ଆଠ ଘଣ୍ଟା ଡ୍ୟୁଟି କରିବା ପରିବର୍ତ୍ତେ ସେମାନଙ୍କୁ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି। ହେଲେ ଅଧିକ ସମୟ କାମ କରୁଥିଲେ ମଧ୍ୟ ଅତିରିକ୍ତ ପାରିଶ୍ରମିକ ମିଳୁନାହିଁ। ଏଥିସହ ବସ୍‌ ରହିବା ପାଇଁ ଉପଯୁକ୍ତ ବସ୍‌ଷ୍ଟାଣ୍ଡ ନଥିବାରୁ ରାସ୍ତାକଡ଼ରେ ବସ୍‌ ରଖିବାକୁ ପଡ଼ୁଛି। ଫଳରେ ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଚାଳକମାନଙ୍କ ପାଇଁ ରହିବା କିମ୍ବା ବିଶ୍ରାମ ନେବାର ବ୍ୟବସ୍ଥା ନଥିବାରୁ ବସ୍‌ ଭିତରେ ହିଁ ଖାଇବା ଏବଂ ବିଶ୍ରାମ ନେବାକୁ ପଡ଼ୁଛି। ଆଜି ବସ୍‌ଗୁଡ଼ିକ ବ୍ଲକ ପରିସରରେ ରହିଥିବା ବେଳେ ଚାଳକମାନେ ବ୍ଲକ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ସମସ୍ୟାର ସମାଧାନ ସହ ନିୟମିତ ଦରମା ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ବସ ବନ୍ଦ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବିଶେଷ କରି ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯାଇ ପାରି ନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ