ମୁଖ୍ୟମନ୍ତ୍ରୀ ବସ୍ ସେବା : ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର,(ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ମନ୍ତ୍ରୀ ବସ ସେବା ର ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ର ଏକ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ର ଯେଉଁ ଅଂଚଳ କୁ ବସ ସେବା ପହଁଚି ପାରିନି, ସେହି ଅଂଚଳ ଗୁଡିକ କୁ ସଠିକ ଭାବେ ବସ ସେବା ପରିଚାଳନା କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଏବଂ ବିଡ଼ିଓ ମାନଂକୁ ପରାମର୍ଶ ଦେଇଥିଲେ, ଏହାସହିତ ବସ ଗୁଡିକ ର ସେବା ଗ୍ରାମାଞ୍ଚଳ କୁ ହେଡ଼କ୍ୱାର୍ଟର ସଂଯୋଗ କରିବାକୁ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ, ଅଟଳ ବସଷ୍ଟପ ଉପରେ  ମୁଖ୍ୟତଃ ଭାବେ ଜିଲ୍ଲାପାଳ ଆଲୋଚନା କରିଥିଲେ, ଜିଲ୍ଲାରେ ୧୦୪ ଟି ବସ କାର୍ଯ୍ୟକ୍ଷମ କରୁଛି, ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ବସ ର ଜିଲ୍ଲା ସଂଯୋଜକ ବିଶ୍ୱ ରଞ୍ଜନ ମହାନ୍ତି ଙ୍କ ସମେତ ପରିବହନ, ଓଏସ ଆର ଟି ସି ଅଧିକାରୀ ଓ ବିଡ଼ିଓ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ରେ ଯୋଡି ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ